STORYMIRROR

Jayashree Das

Classics

3  

Jayashree Das

Classics

ଅଦୃଶ୍ୟ ଶକ୍ତି

ଅଦୃଶ୍ୟ ଶକ୍ତି

1 min
194


ସୁନ୍ଦର ଏହି ଧରଣୀ ବୁକୁରେ,

  ସୁଷମା ଭରିଲା କିଏ..?

ସାଗର ତଟିନୀ ବଣ ପରବତ,   

   ସୁଶୀତଳ ବାଆ ବହେ...


ସବୁଜିମା ଭରା ବିସ୍ତିର୍ଣ୍ଣ ପ୍ରାନ୍ତର,

  ସିନ୍ଧୁ ବକ୍ଷେ ଉର୍ମିମାଳା....

ନୀଳ ଆକାଶର ଖୋଲା ଛାତି ତଳେ,

   ଭାସଇ ବାଦଲ ଭେଳା....


ଦୂର ଦିଗବଳୟେ ବର୍ଣ୍ଣଶ୍ଚବମୟ,

   କନକ ବିଦ୍ୟୁତଲତା....

କେବେ ଦେଖାଦିଏ କେବେ ଲୁଚିଯାଏ,

  ଝଲସଇ ଆଖିପତା...


ବୃକ୍ଷରାଜି ଦେହେ ଭରିଛି ସୌନ୍ଦର୍ଯ୍ୟ,

  ଫୁଲ ଫଳ ଅସୁମାରୀ....

ମହକ ଛୁଟାଇ ସୁମନ ଖେଳଇ,

  ଅଳି ସହ ଲୁଚକାଳି....


ବନଝରଣାଟି ନାଚି ନାଚି ଯାଏ,

  କୁଳୁ କୁଳୁ ଗୀତଗାଇ...

ସାଗର ସହିତ ଏକକାର ହେବ,

  ନିଜତ୍ୱ ଦେବ ହରାଇ...


ଶିଖରୀ ମଥାନ ଛୁଉଁଛି ସୁରୁଜ,

  ପ୍ରାଚୀ ନଭେ ଉଷାକାଳେ...,

ଲୋହିତ କିରଣେ ମୁରୁଜ ବୁଣୁଛି,

 ସଂଜେ ଲୁଚିଯାଏ ଅସ୍ତାଚଳେ....


ଅମ୍ବରୁ ଝରଇ ଅମୃତ ବରଷା,

  ଜୀବ ପାଏ ଜୀବସତ୍ତା....

ପ୍ରକୃତି ହସଇ ନୂତନ ଆବେଗେ,

   ଝରିପଡୁଥାଏ ମୁକ୍ତା.....


ନିଷ୍ପାପ ଶିଶୁର ଦରୋଟି ଓଠରେ,

   କଅଁଳ ଅବୁଝା ବାଣୀ....

କିଏ ଶୁଣାଇଲା ସଭିଙ୍କ ଅନ୍ତରେ,

   ପ୍ରୀତିଭରା ସ୍ନେହ ରାଗିଣୀ...


ଆହେ ଯାଦୁଗର ଯାଦୁରେ ତୁମର,

  କିମିଆଁ ମନ୍ତର କରି....

ମର୍ତ୍ତ୍ୟ ଉପବନେ ନନ୍ଦନବନର,

  ସୌରଭ ଦେଇଛ ଭରି....।




Rate this content
Log in

Similar oriya poem from Classics