STORYMIRROR

Bishnu priya Jena

Classics

3  

Bishnu priya Jena

Classics

ମାଆ ଓ ମମତା

ମାଆ ଓ ମମତା

1 min
220

ମାଆର ମମତା ଅମୂଲ ମୂଲ

ତା ସାଥେ ତୁଳନା ନାହିଁ

ମାଆ ମମତାରେ ତ୍ୟାଗ ଭରି ଅଛି

ସ୍ବାର୍ଥ କେବେ ତା'ର ନାହିଁ।

ମାଆର ମମତା କୋମଳ ଅତି

ଫୁଲ ଠାରୁ ଅଟେ ନରମ

ମାଆର ହୃଦୟ ମମତାର ବନ୍ୟା

ସରେନାହିଁ ଯେତେ ଜୀବନେ ବାଣ୍ଟେ।

ମାଆ ମମତାରେ ଆଶ୍ରିବାଦ ଭରିଥାଏ

ପିଲା ପାଦେ କଣ୍ଟା ଫୁଟେ ନାଁ କେବେ

ମାଆ ମମତାର ଫୁଲ ସଦା

କଣ୍ଟାକୁ ଆଡେଇ ଦିଏ।

ମାଆର ମମତା ଶକ୍ତି ପାଖରେ

ହାର୍ ମାନନ୍ତି ଇଶ୍ଵର ନିଜେ

ମାଆର ମମତା ସଂସାରରେ ଶ୍ରେଷ୍ଠ

ତାପରି କେହିତ ନୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics