STORYMIRROR

Bishnu priya Jena

Others

3  

Bishnu priya Jena

Others

ଦୁହିତା

ଦୁହିତା

1 min
195

ଦୁହିତା ଜାଣଇ ମା'ର ବେଦନା

ଆଖିରୁ ପୋଛଇ ଲୁହ

ମନର ଭାଷାକୁ ପଢେ ସେ ସରଳେ

ମା'ତାର ଅତି ନିଜର।


ଯେତେଦିନ ରୁହେ ମା'ର ପାଖରେ

କାନି ଆଢୁଆଳରେ ସଦା ସେ ଲୁଚେ

ଶାଶୁ ଘର ଗଲେ ଓଢ଼ଣା ତଳେ

ନିଜ ସମ୍ମାନକୁ ଢାଙ୍କିରଖେ ଯତ୍ନରେ।


ଭାଇର ମଙ୍ଗଳ କାମନା କରି

କରେ ନାନା ଓଷା ବ୍ରତ

ଶାଶୁ ଘରେ ସ୍ୱାମୀ ପାଇଁ

କରିଥାଏ ଉପବାସ।

ମାତୃ ଯାୟା ଭଗ୍ନୀ

କେତେ ରୂପ ତା'ର କେତେ କାହାଣୀ

ସଂସାର ରୂପି ନଉକା ବାହିନିଏ

ଅତି ସରଳରେ କୂଳକୁ ସେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍