ମାଆ ଓ ମମତା
ମାଆ ଓ ମମତା
1 min
133
ମାଆର ମମତା ବହୁଥାଏ
ତା'ର ପିଲାମାନଙ୍କ ପାଇଁ ସଦା
ଜୀବନରେ କେବେ ହାରିବା ଶିଖେନା
ସବୁ ଅସମ୍ଭବ ସମ୍ଭବ କରେ ସେ
ପିଲାଙ୍କ ମଙ୍ଗଳ ପାଇଁ
ନିଜ ଜୀବନକୁ ବାଜି ଲଗାଇ
ପିଲାଙ୍କ ସ୍ଵପ୍ନ କରେ ସେ ପୂରଣ ସଦା
ନିଜ ପରିଚୟ ଭୁଲି
ବଞ୍ଚେ ସଦା ପିଲାଙ୍କର ମାଆ ସାଜି
ସମୟ ପଡ଼ିଲେ ନିଜ ଶରୀରରୁ
କିଡନୀ ଆଖି ବିକି ପାରେ
ମାଆର ମମତା ଅତୁଳନୀୟ ଯେ
ପିଲାଙ୍କ ପାଇଁ ଯାହା ସେ ବଞ୍ଚେ।
