Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Classics

3  

sasmita sarangi

Classics

ପତିପତ୍ନୀ

ପତିପତ୍ନୀ

1 min
226


ବିବାହ ବେଦୀ ରେ ହୋମ

   ଅଗ୍ନିକୁ ସାକ୍ଷୀ ରଖି

ଦୁହେଁ ଦୁହିଁଙ୍କ ହାତ ଧରି ପତିପତ୍ନୀ

  ରୁପେ କଟାନ୍ତି ଜୀବନ ।


ସାତ ଜନ୍ମ ପାଇଁ ସାଥି ହୋଇ

 ରହିବାରପ୍ରତିଶ୍ରୁତି ଦିଅନ୍ତି 

    ଦୁହେଁ ଦୁହିଁଙ୍କୁ 

ଜୀବନସାଥି ‌ହୋଇ ରହିବାକୁ ।


ପ୍ରେମ ର ରଜ୍ଜୁରେ ଛନ୍ଦା ଦୁହିଁଙ୍କ ଜୀବନ

ଏକ ବିନା ଆନ ର ଅସ୍ତିତ୍ବ ନଥାଏ

 ସମ୍ପର୍କ ସୁତ୍ର ଟି ଥିଲେ ମଜଭୁତ ।


ସହଜ ଲାଗେ ଚଲାପଥ

ମନ ମିଳିଯାଏ ଯେବେ ଦୁହିଁଙ୍କର

ହସ ଖୁସିରେ ବହିଯାଏ ଜୀବନ ନଉକା ।


ଆସୁଥିଲେ ଝଡଝଞ୍ଜା ‌ହାଲକା ଲାଗେ

ହାତେ ହାତ ଧରି ବାଟ ଚାଲୁଥିଲେ ,

ଜିଇଁ ବାପା ଲାଗଇ ସହଜ ।


ଆଜିର ପତିପତ୍ନୀ ର ସମ୍ପର୍କ ରେ

ଅଛି ଖାଲି ପ୍ରତାରଣା ନିଃସଙ୍ଗତା ,

ନାହିଁ ଦୁଇ ମନର ମିଳନ ।


ବସ୍ତୁବାଦୀ ସମାଜରେ ଆଜି

ନିଜ ଆବଶ୍ୟକତା ପାଇଁ

ବାନ୍ଧି ହୁଅନ୍ତି ବିବାହ ବନ୍ଧନରେ ,

ଅସ୍ଥାୟୀ ସେ ବନ୍ଧନରେ ରହୁନି

ପ୍ରେମ କିବା ସହନଶୀଳତା ।


ତିଷ୍ଟୁନାହିଁ ସେ ମଧୁର ସମ୍ପର୍କ ରଜ୍ଜୁ

ତ୍ୟାଗ ଆଉ ବୁଝାମଣାର ଅଭାବରେ

ଅଣନିଃଶ୍ବାସୀ ହୋଇ ଭାଙ୍ଗୁଛନ୍ତି

ପତିପତ୍ନୀ ର ସୁନ୍ଦର ସମ୍ପର୍କ ।


Rate this content
Log in

Similar oriya poem from Classics