STORYMIRROR

Narendra Sahu

Inspirational

2  

Narendra Sahu

Inspirational

ମୋ ଗାଆଁର ସକାଳ

ମୋ ଗାଆଁର ସକାଳ

1 min
10K



ସୂରୁଜ ଉଅଁଇ ପୂରୁବ ପାହାଡେ

ମୋ ଗାଆଁରେ ଜ୍ଯୋତି ଢାଳି,

ରକ୍ତଜବା ରଂଗେ କିରଣ ଢାଳଇ

ସୁନେଲି ମୂରୁଜ ବୋଳି।


ସେ କିରଣ ଛୁଏଁ ଖଗ ବସା ଯାଏଁ

ଉଷୁମତା ଭରିଦେଇ,

ସେ ଉଷୁମରେ ଖଗ ଚିଆଁ ଚେଏଁ

ବ୍ଯାକୁଳତା ରାବ ଦେଇ।


କାଉ ଶୁକ ଶାରୀ ଦିଅନ୍ତି ବୋବାଳି

ଉଷାର ଆଭାସ ଦେଇ,

କୁକ୍କୁଟ ମୁକୁଟ ହଲାଇ ଝଅଟ

ରାବଇ ବସାରେ ଥାଇ।


ଚଷା ପୁଅ ଉଠେ ରାତି ଥାଉ ଥାଉ

ବେଉଷଣ କାମ ପାଇଁ,

ଜମି ବେଉଷଣ ଅସହ୍ଯ କଷଣ

ସହି ଯାଏ ପରା ସେହି।


ଗାଆଁ ନୂଆ ବୋହୂ ରାତି ନ ପାହୁ

ସ୍ନାନ ଶୌଚ ସାରିଦେଇ,

ସଂସାର ବେଭାର ଆରମ୍ଭିବ ତାର

ସକାଳ ପ୍ରହରୁ ସେହି।


ଗାଆଁ ମନ୍ଦିରର ଘଣ୍ଟ ଖୋଳ ଧ୍ୱନି

ସକାଳେ ଯେବେ ଶୁଭଇ,

ମନେ ଖେଳିଯାଏ ଇଶ୍ୱର ଭାବନା

ଖୁସି ଲାଗେ କ୍ଷଣ ପାଇଁ।


ଗାଇ ବାଛୁରୀର ହମ୍ବା ରଡି ଶୁଭେ

ଗାଆଁ ସକାଳରେ ନିତି,

ଗାଆଁ କମାରଟି କମାର ଶାଳରେ

ସକାଳରୁ ଯାଏ ମାତି।


ମୋ ଗାଆଁ ସକାଳ ଲାଗେ କୋଳାହଳ

ନୂଆ କଳେବର ସାଥେ,

ପ୍ରତିଟି ନୂତନ ସକାଳର ଚିହ୍ନ

ନୂଆ ଅଭିଯାନ ପଥେ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational