ମୋ ଗାଆଁ ମାଟି
ମୋ ଗାଆଁ ମାଟି
ସହରୀ ଜୀବନ ହୁଅଇ ବିଷମ
ମନେ ପଡ଼େ ମାଟି ମାଆକୁ
ଏଠି ଆହା କରିବାକୁ ସାହା କେହିନାହିଁ
ସେଠି ଭିଡ଼ିନେବେ ଲୋ କୋଳକୁ ।
ହାଣ୍ଡି ରନ୍ଧା ସିଜା-ଭଜା ଆଇଟମ
ପାଟିକୁ ତାଙ୍କର ରୁଚୁନାଇଁ
ଘରରନ୍ଧା ଖାଦ୍ୟ ନଖାଇ ଏମାନେ
ପାର୍ସଲ ମଗେଇ ଖାଇଲେଣି ।
ଆରିସା, କାକରା, ଚ଼କୁଳି କି ମଣ୍ଡା
ନାଆଁ ଯେ ତାଙ୍କର ମନେନାହିଁ
ସେ ପିଜା,ବର୍ଗର,ହଟଡଗ୍ ଖାଇ
ପିଠା ପଣା ସବୁ ଭୁଲିଲେଣି ।
ସକାଳ ପଖାଳ, ଉସୁନା ପିଠାକୁ
ଖାଇବାରେ ଜମା ନିଘାନାହିଁ
ଭୁଜା, ଚୁଡ଼ା, ଖଇ ଫୋପାଡ଼ି ଏମାନେ
ଖାଉଛନ୍ତି ପରା ଚ଼ାଉମିନି।
ଗରମ ଗରମ ଉସୁନା ଭାତକୁ
ସୁଗର ବୋଲି ଛାଡ଼ିଲେଣି
ତେଲ ମିସା, ସେଇ ମାଉଁସ ଗୋଳା
ଅରୁଆ ଖାଆନ୍ତି ବିରିୟାନୀ ।
ଏସବୁ ଜିନିଷ ଯୁଗ ବଦଳାଇ
ନୁଆଁ ନୁଆଁ ରୋଗ ଡାକିଲାଣି
ପ୍ରକୃତି କୋଳରେ ଜୀଇଁବି ଜୀବନ
ଗାଆଁ କଥା ମନେ ପଡ଼ିଲାଣି ।
ଜନମ ଯେଉଁଠି ସେଇଠି ମରିବି
ଅନ୍ୟଥା ଜୀବନ ହାରିବିନି
ଚ଼ାଲିଯିବି ମୋ ଗାଆଁକୁ ନିଶ୍ଚିତ
ଏଇ ସହରରେ ଆଉ ରହିବିନି।
