ମୋ ଦେଶ
ମୋ ଦେଶ


ମୋ ଦେଶ ଭାରତ ଆହା କି ମହାନ
ସୁପବିତ୍ର ପୁଣ୍ୟ କ୍ଷେତ୍ର
ପରମ୍ପରା ଯାର ଅତୀବ ଅମୂଲ୍ୟ
ବହୁ ତଥ୍ୟ ତତ୍ତ୍ୱ ଭାର ।
ଅଛି ରାଶି ରାଶି ଯେଉଁ ଦେଶ ବାସୀ
ଧରି ଅହିଂସାର ମନ୍ତ୍ର
ଗାନ୍ଧିଜୀ ଆହ୍ଵାନ କରଣ ପାଳନ
ଆନ୍ଦୋଳନ କରି ଚିର ।
ସ୍ବାଧୀନତା ଲାଭ କରି ସଦଭାବ
ବଜାୟ ରଖି ସମ୍ପ୍ରତି
ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ
ଜୀବନ ଯାତ୍ରା ଚାଳନ୍ତି ।
ଏଇ ଦେଶ ବାସୀ କେଉଁ ସୁପ୍ରାଚୀନ
ଆବାହମାନ କାଳରୁ
ଆଦର୍ଶ ଦେଖାଇ ଆସିଛି ଯେ ବିଶ୍ୱେ
ସାଂସ୍କୃତିକ ମହିମା ରୁ ।
ଦେ
ଇ ଅଛି ବିଶ୍ୱେ ସୁମହାନ ଶିକ୍ଷା
ମାନବୀୟ ମୂଲ୍ୟବୋଧର
ପରିଚାୟକ ଯେ ବିପୁଳ ଆଦର୍ଶ
ଆଧାରିତ ଭାବ ଧାର ।
ଯେଉଁ ଦେଶ ପୂତ୍ର କୋଳେ ଝରେ ନିତି
ପ୍ରସାରି ନୀତି ଆଦର୍ଶ
ଏଇ ଦେଶ ଋଷି ମୁନି ଜ୍ଞାନୀ, ଗୁଣୀ
ବ୍ୟକ୍ତି ମାନେ ଉପଦେଶ ।
ଦେଇ ମାନବୀୟ ଆବେଦନ ପୂର୍ଣ୍ଣ
କାହାଣୀ ରାଶି ସଭିଁ କୁ
ବିତରୀ ପ୍ରସାରି ଅଛନ୍ତି ଶାନ୍ତିର
ମଧୁମୟ ସୁବାର୍ତ୍ତା କୁ ।
ଏଇ ଦେଶ ପୁଣ୍ୟ ଅଙ୍କ ରେ ଜନମି
ହୋଇ ଅଛୁ ଆମେ ଧନ୍ୟ
ମହନୀୟ ଭାବ ଗୁଣବତ୍ତା ପାଇଁ
ବିଶ୍ବରେ ମୋ ଦେଶ ଧନ୍ୟ ।