STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମୋ ଦେଶ ପୁଣ୍ୟଭୂମି

ମୋ ଦେଶ ପୁଣ୍ୟଭୂମି

1 min
167


ଉଦିତ ସୂର୍ଯ୍ୟର ଦେଶ ମୋ ଭାରତ

ସ୍ୱର୍ଣ୍ଣପ୍ରସୂ ମୋ ଉତ୍କଳ

ହିମଗିରି ଯାର ହୀରକ ମୁକୁଟ

ସବୁଜ ଶୋଭା ଭଣ୍ଡାର ।


ପଖାଳେ ତା ପାଦ ପୂତ ମହୋଦଧି

ଜଳାଶୟ ସରୋବର

ପ୍ରବହେ ମଧୁର ଜଳ ନଦନଦୀ

ଝରେ ଅମୃତ ନିର୍ଝର ।


ହସେ ବିଲବନ ଶସ୍ୟ ଫଳଫୁଲେ

ଉପୁଜେ ସୁନା ଫସଲ

ଶାନ୍ତି ଶତଦଳ ଭାରତ ଉତ୍କଳ

ବିକଶିତ ସମୁଜ୍ଜ୍ୱଳ ।


ଧର୍ମ ଭାଷା ବର୍ଣ୍ଣ ରଙ୍ଗ ସମାହାରେ

ଗୁଣାତ୍ମକ ଉତ୍କୃଷ୍ଟତା

ଶିକ୍ଷା ଜ୍ଞାନାଲୋକେ ହୁଏ ଉଦ୍ଭାସିତ

ମହନୀୟ ମାନବତା ।


ଶାନ୍ତି ସଦ୍ଭାବନା ସହ ଅବସ୍ଥାନ

ଅହି°ସା ମଇତ୍ରୀ ପ୍ରୀତି

ଭାଷା ସୁସାହିତ୍ୟେ ଅଗ୍ରଣୀ ଭାରତ

ସୁସ°ହତ ସୁସ°ସ୍କୃତି ।


ବିକାଶ ପଥରେ ପ୍ରଗତିର ରଥ

ଚଳେ ଜାତି ନନ୍ଦିଘୋଷ

ଶୈ।ର୍ଯ୍ୟ ପରାକାଷ୍ଠା ଅନନ୍ୟ ବୀର6ତ୍ୱ

ମହାନ ଭାରତ ଶ୍ରେଷ୍ଠ ।


ସ୍ୱଚ୍ଛନ୍ଦ ସ୍ୱାଧୀନ ଜନ ଗଣ ମନ

ଜୀବନର ଅଭ୍ୟୁଦୟ

ଉଜ୍ଜ୍ବଳେ ପୁଲକେ ରଙ୍ଗ ଅରୁଣିମା

ଆଶା ସମ୍ଭାବନାମୟ ।


ଢାଳି ମନପ୍ରାଣ କରିବି ତା ସେବା

କରିଛି ସଙ୍କଳ୍ପ ଦୃଢ଼

ଦେଶରକ୍ଷା ହେଉ ଜୀବନ ବ୍ରତ ମୋ

ଉତ୍କର୍ଷୁ ପୁଣ୍ୟ ଭାରତ ।

  



Rate this content
Log in

Similar oriya poem from Inspirational