STORYMIRROR

sushama Parija

Abstract

2  

sushama Parija

Abstract

ମୋ ଦେଶ ଭାରତବର୍ଷ

ମୋ ଦେଶ ଭାରତବର୍ଷ

1 min
134

ହିମାଳୟ ଶୀର   ମୁକୁଟ ଯାହାର

  ସାଗର ଯାହାର ଚରଣ ଧୁଏ 

ଗଙ୍ଗା ଗୋଦାବରୀ  କୃଷ୍ଣା ଓ କାବେରୀ

 ପ୍ଳାବନେ ପବିତ୍ର ହୋଇଛି ଯିଏ 

ସେଇ ମୋ’ର ଦେଶ  ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


ସନାତନ ଧର୍ମ   ଯେଉଁଠୁ ଉତ୍ପନ୍ନ 

 ଉପନିଷଦ ଓ ବେଦ ପୁରାଣ 

ଗୀତା ଭାଗବତ  ଯେଉଁଠି ସମ୍ଭୂତ

ଦିଏ ମନୁଷ୍ୟ କୁ ଯେତେ ସଦ ଜ୍ଞାନ

ଆଦର୍ଶ ଯାହାର  ପୁତ୍ର ପଣେ ରାମ

 ପିତୃସତ୍ୟ ପାଳି ବନ କୁ ଯାଏ

ସେଇ ମୋ’ର ଦେଶ   ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


କେତେ ଶୂରବୀର  ଜନ୍ମି ଏ ଦେଶର

 ଇତିହାସ ରଚି ଗଲେ ଟି ଜାଣ

ରାଣାପ୍ରତାପ ରୁ  ମରାଠା ଶିବାଜୀ

 ଲଢିଗଲେରଖି ଦେଶର ମାନ 

ମୋ ଦେଶ ଜନନୀ ବୀରପ୍ରସବିନୀ 

 ଭଗତ ସିଂହ ଠାରୁ ନେତାଜୀ ଯାଏଁ 

 ସେଇ ମୋ’ର ଦେଶ   ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


ସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇ

 ରଚିଗଲେ ଯେତେ ଇତିହାସ 

ଜୟୀ ରାଜଗୁରୁ  ବକ୍ସି ଜଗବନ୍ଧୁ 

 ଶହୀଦ ମାନଙ୍କୁ ଝୁରେ ଦେଶ

ମାଟିରୁ ଯେଉଁଠି    ବୀର ରକ୍ତ ଘରେ

ବିପ୍ଳବ ର ଗାଥା ଗାଇଯାଏ

ସେଇ ମୋ’ର ଦେଶ   ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


ଅହିଂସାର ମନ୍ତ୍ର  ଶାନ୍ତି ମୈତ୍ରୀ ତନ୍ତ୍ର

 ଜିଣି ପାରେ ଯହିଁ ସ୍ୱାଧୀନତା 

ସେଇ ଯେ ମହାତ୍ମା ଆମ ଦେଶ ଆତ୍ମା 

ଦେଇ ଯାଇଛନ୍ତି ସେ ବାରତା 

ଚାରିଧାମ ଆମ  ସଦା ପୁଣ୍ୟ ତମ

 ସାରା ବିଶ୍ବର ଯେ ମନ ମୋହେ

ସେଇ ମୋ’ର ଦେଶ   ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


ବିଶ୍ବ ଦରବାରେ ନିଜ ପ୍ରତିଭାରେ

 ହୋଇଅଛି ଯିଏ ଜଗତଜିତା

ଉଡାଇ ତ୍ରିରଙ୍ଗା ପତାକା ତାହାର

ଦେଉଅଛି ଶାନ୍ତି ମୈତ୍ରୀ ର ବାର୍ତ୍ତା 

ସାରା ବିଶ୍ବ ଆଜି  ଯାହା ପ୍ରଗତି ର

ଯଶଗାଥା ମୁକ୍ତ କଣ୍ଠରେ ଗାଏ 

ସେଇ ମୋ’ର ଦେଶ   ଏ ଭାରତବର୍ଷ

 ତାହାରି ପାଦେ ମୁଁ ମଥା ନୁଆଁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract