ମୋ ବନ୍ଧୁ
ମୋ ବନ୍ଧୁ
ଅବର୍ଣ୍ଣନୀୟ ସେ ବନ୍ଧୁତାର କଥା
ବର୍ଣ୍ଣିବାକୁ ଶବ୍ଦ କାହିଁ
ଯେତେ କହିଲେ ବି ଅଧା ରହିଯିବ
ଜମା କହିହେବ ନାହିଁ ।
ହୃଦୟ ମିଳନ ଆତ୍ମାର ମିଳନ
ଦୁଇ ଦେହ ଏକମନ
ପରସ୍ପର ପ୍ରତି ପ୍ରେମ ଚିରନ୍ତନ
ଦୁଇଆଖି ଗୋଟେ ସ୍ୱପ୍ନ ।
ନଥାଏ ଯେଉଁଠି ଛଳନାର ପ୍ରଶ୍ନ
ରହେ ନାହିଁ ଭେଦଭାବ
ବନ୍ଧୁତା ଏମିତି ଅତୁଟ ସଂପର୍କ
ଚିରଦିନ ରହିଥିବ ।
ସ୍ୱାର୍ଥ ଥିଲେ ଭାଇ ବନ୍ଧୁତା ହୁଏନା
ସଂପର୍କ ତ ଭାଙ୍ଗିଯାଏ
ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ଵ
ଏହିପରି ରହିଥାଏ ।
କାହିଁ ପ୍ରେମ କାହିଁ ବନ୍ଧୁତା ସୁନ୍ଦର
ଯହିଁ ବିଶ୍ୱାସର ଘର
ଜୀବନର ଯେତେ କଥା ଆଉ ବ୍ୟଥା
ବନ୍ଧୁ ଯେ ସାକ୍ଷୀ ତାହାର ।
ସବୁଠାରୁ ଭଲ ଅଟେ ଯେ ବନ୍ଧୁତା
ନଥାଏ ପର ଆପଣା
ସୁଖଦୁଃଖ ବେଳେ ଥାଏ ପାଖେପାଖେ
ହୁଏନାହିଁ ବାଟବଣା ।
ବନ୍ଧୁତାରେ ଥିଲେ ସେତିକି ବିଶ୍ୱାସ
ଆସୁ ଯେତେ ଝଡଝଞ୍ଜା
ଭାଙ୍ଗି ପାରିବନି ଏମିତି ସଂପର୍କ
ବନ୍ଧୁତାରେ ଅଛି ମଜା।
ବନ୍ଧୁତାର ସଂଜ୍ଞା ବୁଝେଇ ହୁଏନା
ଅନୁଭବ ହୃଦୟର
ହସଲୁହ ଭରା ଜୀବନର ବାଟ
ବନ୍ଧୁ ଅଟେ ଆପଣାର ।
