STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ମୋ ଭିଟାମାଟି

ମୋ ଭିଟାମାଟି

1 min
384

ଏଇ ସେ ମାଟି ମୋ ଭିଟାମାଟି

ଯେଉଁଠି ବାସ ଘର

ସୁଖ ଦୁଃଖରେ ସାଥିରେ ଥାଏ

ନାଆଁ କାକଟପୁର।

ବାରୁଣୀ ଦିଗେ ପରାଚୀ ବହେ

ଜୀବନ ସୁଧା ସମ

ମଙ୍ଗଳମୟୀ କରୁଣା ଦାୟୀ

ପାପର କାଳ ଯମ

ସାଧବ ପୁଅ କାଟଇ ସୁଅ

ଅଟେ କୁବେରପୁର।

ଓଡ଼ିଆ ପୁଅ କାଳିଆ ଦିଅଁ

ହୋଇଲେ ନବ ରୁପ

ମଙ୍ଗଳା ମାଆ ହୁଅନ୍ତି ସାହା

ହରଣ କରି ତାପ

ସେହି ମାଆର ଉଡ଼େ କେତନ

ଜାଣନ୍ତି ଜଗତର।

ଦେବଙ୍କ ଦେବ ସେ ମହାଦେବ

ଅଷ୍ଟଶମ୍ଭୁରେ ଗଣା

ବିଜେସ୍ଥଳିଟି ଅଟେ ଏଇଠି

ସର୍ବ ମୁଖରେ ଜଣା

ସୋମଦେବଙ୍କ ସେ ଉଦ୍ଧାରକ

ନାଆଁଟି ସୋମେଶ୍ୱର।

ଅନେକ କୃତି ଅନେକ କୀର୍ତ୍ତି

ରହିଛି ଭରି ଦେହେ

ମାତୃଭାଷାର କେତେ ଯେ ଚର

ବାଣୀ ଭଣ୍ଡାରେ ଶୋହେ

ରଜ ତାହାର ପୁତ ପବିତ୍ର

କଳୁଷ କରେ ଦୂର।

ଅନେକ ବୀର ସଂଗ୍ରାମୀ ପୁଅ

ଜନମି ଏହି ସ୍ଥାନେ

ଆମ ଜାତିର ରଖିଲେ ଟେକ

ରଖିଛି ତାଙ୍କୁ ମନେ

ପ୍ରବାସୀ ହୋଇ ଭୁଲିବି ନାହିଁ

ସେନେହ ପ୍ରେମ ତା'ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract