STORYMIRROR

Ajay kumar Behera

Abstract

3  

Ajay kumar Behera

Abstract

ମୋ ଭାରତ

ମୋ ଭାରତ

1 min
181

କେଡ଼େ ସୁନ୍ଦର   ସବୁଜ କ୍ଷେତ

   ପାହାଡ଼ ନଈ ପୁଣି

ବହୁଛି ଏଠି     ମନ୍ଦ ମଳୟ

   ଦିନ ହୁଏନି ଜାଣି।୧।


ସକାଳ ହେଲେ   କାଉ ରାବଇ

   ରାତି ପାହିଲା ଜାଣି

ଚଷା ପୁଅଟି    ବିଲକୁ ଧାଏଁ

    ଖାଇ ପଖାଳ ପୁଣି।୨।


ଏଇଠି କେତେ   ଆନନ୍ଦ ଅଛି

     ହିସାବ ନାହିଁ ତାର

ଆମେ ପରାଯେ   ସନ୍ତାନ ସବୁ

     ସେଇ ଭାରତ ମା'ର।୩।


ସହିଛି କେତେ    ଦୁଃଖ ସେ ପୁଣି

     ନିତି ଆମରି ପାଇଁ

କେଡ଼େ ଉଦାର    ଜଗତେ ସତେ

      ତାପରି କେହି ନାହିଁ।୪।


ତାହାରି ମଠ    ମନ୍ଦିର କେତେ

      ସବୁଠି ଅଛି ରହି

ଦୂରରୁ ସତେ  ଭକତ କେତେ

      ଯାଆନ୍ତି ଗୁଣ ଗାଇ।୫।


ଏଡେ ସୁନ୍ଦର   ମନ୍ଦିର ତାର

     ରୂପେ ତୁଳନା ନାହିଁ

ଭକତ କେତେ  ଯାଆନ୍ତି ଶେଷେ

     ତା ନାମ ଗାଇ ଗାଇ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract