ମୋ ଭାରତ
ମୋ ଭାରତ
କେଡ଼େ ସୁନ୍ଦର ସବୁଜ କ୍ଷେତ
ପାହାଡ଼ ନଈ ପୁଣି
ବହୁଛି ଏଠି ମନ୍ଦ ମଳୟ
ଦିନ ହୁଏନି ଜାଣି।୧।
ସକାଳ ହେଲେ କାଉ ରାବଇ
ରାତି ପାହିଲା ଜାଣି
ଚଷା ପୁଅଟି ବିଲକୁ ଧାଏଁ
ଖାଇ ପଖାଳ ପୁଣି।୨।
ଏଇଠି କେତେ ଆନନ୍ଦ ଅଛି
ହିସାବ ନାହିଁ ତାର
ଆମେ ପରାଯେ ସନ୍ତାନ ସବୁ
ସେଇ ଭାରତ ମା'ର।୩।
ସହିଛି କେତେ ଦୁଃଖ ସେ ପୁଣି
ନିତି ଆମରି ପାଇଁ
କେଡ଼େ ଉଦାର ଜଗତେ ସତେ
ତାପରି କେହି ନାହିଁ।୪।
ତାହାରି ମଠ ମନ୍ଦିର କେତେ
ସବୁଠି ଅଛି ରହି
ଦୂରରୁ ସତେ ଭକତ କେତେ
ଯାଆନ୍ତି ଗୁଣ ଗାଇ।୫।
ଏଡେ ସୁନ୍ଦର ମନ୍ଦିର ତାର
ରୂପେ ତୁଳନା ନାହିଁ
ଭକତ କେତେ ଯାଆନ୍ତି ଶେଷେ
ତା ନାମ ଗାଇ ଗାଇ।୬।
