ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ
ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ
ଆସୁଛି ପୂର୍ଣ୍ଣିମା ହୋଇ ଆତୁର
ବାନ୍ଧିବି ମୁଁ ରାକ୍ଷୀ ଭାଇ ହସ୍ତର
ପବିତ୍ର ଏ ପର୍ବ ସେହ୍ନ ପ୍ରୀତିର
ସୁରକ୍ଷା କରିବେ ଭାଇ ମୋହର
ରକ୍ଷା ବନ୍ଧନର
ଅତୁଟ ଡୋରିସେ ପ୍ରେମ ଭକ୍ତିର !!
ଏ ଉତ୍ସବ ପରା ଭାଇ ଭଉଣୀଙ୍କ
ଅଭୁତ ଅମୂଲ୍ୟ ପ୍ରୀତି ଦୁହିଁଙ୍କ
ଅନନ୍ତ ଏ ପ୍ରେମ ଗୁଞ୍ଜେ ସର୍ବାଙ୍ଗ
ରାକ୍ଷୀପୂର୍ଣ୍ଣିମା ରେ ଖୁସି ଉମଙ୍ଗ
ଖୁସିର ଏ ରଙ୍ଗ
ନାଚି ଅଠୁ ଥିବ ଅଙ୍ଗ ପ୍ରତ୍ୟଙ୍ଗ !!
ଶୁଣ ତୁ କାଳିଆ ମୋ ଆୟୁ ଦେବୁ
ଭାଇକୁ ମୋହର ଖୁସି ରଖିବୁ
ତାଙ୍କୁ ସବୁ କ୍ଷେତ୍ରେ ଜୟୀ କରିବୁ
ଖୁସି ଓ ଆନନ୍ଦ ସଦା ରଖିବୁ
ତୁ କଷ୍ଟ ନ ଦେବୁ
ଚକାନୟନ ରେ ଧ୍ୟାନ ରଖିବୁ !!
ପବିତ୍ର ଡୋରରେ ବାନ୍ଧିବି ହାତ
ତହୁଁ ବନ୍ଦାପନା ମୁଁ ପ୍ରଣିପାତ
ଦେବେ ଆଶୀର୍ବାଦ ଭାଇବହୁତ
ମନ ଏ ମୋର ହେବ ପ୍ରଫୁଲ୍ଲିତ
ପୂର୍ଣ୍ଣିମା ଏହୁତ
ବଚନ ଦେବେ ସୁରକ୍ଷା ସେହୁତ !!
ଧନ୍ୟ ହେବି ମୁହିଁ ଶୁଣି ବଚନ
ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କ ଚନ୍ଦନ
ରାକ୍ଷୀ ଅଟେରେ ଭାବର ବନ୍ଧନ
ସେହ୍ନପ୍ରେମ ଶ୍ରଦ୍ଧା ହେବ ଗୁଞ୍ଜନ
ପବିତ୍ର ବନ୍ଧନ
ଶୀଘ୍ର ଆସୁ ଅଛି ରକ୍ଷାବନ୍ଧନ !!
