ମୋ ବାରିର ଆମ୍ବଗଛ ତୋ ବାରିର ଛାଇ
ମୋ ବାରିର ଆମ୍ବଗଛ ତୋ ବାରିର ଛାଇ
ମୋ ବାରିର ଆମ୍ବଗଛ ତୋ ବାରିର ଛାଇ
ମୋ ଛେଳିଟା ଖାଇଦେଲା ତୋ ବାରିର ପୋଇ ।
କଥା ପଦେ କହିଲୁନି, ରହିଗଲୁ ତୁନି
ରାଗ ଭୁଲି ହସିଦେଲୁ ଛାଟିଦେଇ କାନି ।
ପାଣି ଆଣି ଆସୁଥିଲୁ ଖସିଗଲା ଗୋଡ଼
ଧରି ତତେ ଉଠାଇଲି, ଲାଜ କଲୁ ବଡ଼ ।
ବିଲୁ ଆଣି ଚୂନାମାଛ ଦେଇଥିଲି ପୁଞ୍ଜେ
ପିଠା ଧରି ଆସିଥିଲୁ ଆଉଦିନେ ସଞ୍ଜେ ।
ସୋଦୁଅକୁ ଟିପେ ନେଇ ଆଙ୍କୁଥିଲୁ ଝୋଟି
ପାଖେ ଗଲି ସୋଦୁଅକୁ ମତେ ଦେଲୁ ଛାଟି ।
ଥିରି କରି ପୁରାଣକୁ ପଢୁନାହୁଁ ଆଉ
ମୋ କାନକୁ ଶୁଣାଯିବ ସ୍ବର ଥାଏ ଭାଉ ।
ପାଉଁଜିରେ ଛମ ଛମ ତାଳ ଦେଇ ଚାଲୁ
ଚାହିଁବେଟି ଦଣ୍ଡେ ମାତ୍ର ହେଉ ପଛେ ଓଲୁ ।
ଛଟା ବେଣୀ ଫୁଲ ଖୋସି ମହ ମହ ବାସୁ
ଟିକେ ତତେ ଡାକିଦେଲେ, ଚିମୁଟିକି ଖସୁ ।
ବେଶ ବାସ ଖୁଣିବାକୁ କିଏ ଅବା ଅଛି
ମତେ ଛାଡ଼ି କିଏ କହୁ, ହାଣିଦେବୁ ଗୋଛି ।
ହିସାବରେ ପକ୍କା ତୁଲୋ ଭଲ ନାଆଁ ଡାକ
ଘରେ ମୋର ରହିବୁ ଯେ, କଥା ଗାଆଁଯାକ !