STORYMIRROR

Shreeman Anshuman Priyadarshee

Abstract Inspirational Children

4.5  

Shreeman Anshuman Priyadarshee

Abstract Inspirational Children

ମୋ ଅଜା

ମୋ ଅଜା

1 min
393


ବଖାଣି ଦବାକୁ ଇଚ୍ଛା ମୋ ହଉଛି 

କେତେ ଯେ ଅନ୍ତର କଥା,

ଶବ୍ଦ ନ ପାଇ ଖୋଜି ମୁଁ ବୁଲୁଛି

ସରୁନି ମୋ କବିତା ଲେଖା।


କିଏ ଡାକେ ଅଜା କିଏ ଡାକେ ନାନୁ

ନାଆ ତ ଭଳିକି ଭଳି,

କିନ୍ତୁ ମୁଁ ଡାକେ ସାଙ୍ଗ ଅଜାଙ୍କୁ ମୋର

ଅଜାର ମୁଁ ଧନମାଳି।


କେତେ ରାଗ ରୁସା କେତେ ଅଭିମାନ

ନ କରୁଛି ଅଜା ପାଖେ,

ଛାଡ଼ିକି ଅଜା କୁ ରହିତ ପାରେନା

ନିଯେ ଯାଇ ଫୁଣି ଲାଗେ।


କଥା କେତୋଟି ମୋ ଅଜାଙ୍କର 

ଭଲ ଲାଗେ ନାହିଁ ମୋତେ,

ମୁଁହ ଫୁଲେଇ ମୁଁ କଥା ହୁଏ ନାହିଁ

ରାଗ ଶାନ୍ତ ନହେଲା ଯାଙ୍କେ।


କେବେ କେବେ ମନ ପଡ଼ି ଯାଏ ମୋର

କୁନି ବେଳର କଥା ସବୁ,

କାଖ ହୋଇ ତ କେବେ ହାତ ଧରି ଫୁଣି

ବୁଲି ଯାଏ ଉତ୍ସବ ସବୁ।


ଭୋଜି ଖାଇ ଗଲେ ମୋତେ ନ ଖୋଜି

ଅଜା ଯାଆନ୍ତି ନାହିଁ କେବେ,

କିଛି ଭଲ ମନ୍ଦରେ ପାଖରେ ନଥିଲେ

ଝୁରି ଥାନ୍ତି ମୋତେ ଆଗେ।


ଜିନିଷ ସବୁକୁ ଏଠି ସେଠି କରେ ବୋଲି

ରାଗି ଯାଆନ୍ତି କେବେ କେବେ,

କିନ୍ତୁ ଜାଣିଅଛି ମୁହିଁ ଭଲ ପାଆନ୍ତି ଅଜା

ସବୁ ଠାରୁ ଅଧିକା ମୋତେ।


ଗେଲ ହୋଇଥାନ୍ତି ଓ କଥା ହୋଇଥାନ୍ତି

ସଭିଏ ଯାଇକି ଆଈ ପାଖେ,

ଆଜାଙ୍କ କୋଳରେ ମୁଣ୍ଡ ଦେଇ ଶୋଇବା

ଖୁସି ମିଳିବ ଆଉ କାହା ପାଖେ।


ଥାଉ ପାଖେ ମୋର ଆଶୀର୍ବାଦ ତବ

ଓ ପ୍ରେମ ଥାଉ ନିରନ୍ତର,

ସବୁ ଜନମରେ ହେବି ତୁମ ଗେହ୍ଲା ନାତି

ଦିଅ ମୋତେ ଏହି ବର।


ଲେଖିଲେ ଏମିତି ଲେଖୁ ଥିବି ଖାଲି

ସମୟ ଅଣ୍ଟିବ ନାହିଁ,

ସତ କହିବାକୁ ଗଲେ ଅଜା ତୁମ ପରି

ଜଗତେ କେହିବି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract