ମଞ୍ଜୁଳିକା ର ମନ...
ମଞ୍ଜୁଳିକା ର ମନ...
ଏ ତ ମଞ୍ଜୁଳିକା ନୁହେଁ ଅଟେ ସଞ୍ଜ ନାୟିକା..
ଯେ ମୃତ୍ୟୁ ପରେ ବି ପ୍ରତିଶୋଧ ନେଲା ସେ କ୍ରୂର ରାଜାର....
କିନ୍ତୁ ଆଜିର ମଞ୍ଜୁଳିକା ପାଇଁ ସମସ୍ତେ ଏଠି ପାଗଳ..
ନିଜ ଦୈହିକ ତୃଷ୍ଣା ପାଇଁ ସମସ୍ତେ ତତ୍ପର...
କିଏ କାହିଁକି ବୁଝିବ ବେଦନା ସେ ଭଗ୍ନ ଶରୀରର..
ନିତି ବଞ୍ଚେ ସେ ନିଜ ଦେହର ସଉଦା କରି...
ବଞ୍ଚେ ସେ ମଲା ମନ ନେଇ ନିତି ମରି ମରି..
ବଞ୍ଚେ ସେ କୋଉ କୋଠାର ମଂଜିକା ସଜେଇ...
ସେ ଥିଲେ ସିନା ସେ ଚରିତ୍ର ହୀନ ରାଜାର ଧର୍ଷିତା..
ହେଲେ ଆଜିର ମଞ୍ଜୁଳିକା??????
ଏ ଭଦ୍ର ସମାଜରେ ପ୍ରତି ମୁହୂର୍ତ୍ତରେ ଧର୍ଷିତା...
ପ୍ରତି ମୁହୂର୍ତ୍ତରେ ଖିନଭିନ ହୁଏ ତା ସୁନ୍ଦର ଶରୀର..
ସେ ପଙ୍କିଳ ବସ୍ତିର ସଂକୀର୍ଣ୍ଣ ଗଳିରେ..
ଯେଉଁଠି ନିଜର ପରିଚୟ ଏକ ବlରlଙ୍ଗନାର...
ତାର ବି ତ ଦିନେ ମନ ଥିଲା !!!!!!
ସଜେଇ ହେବାକୁ କାହାର କୂଳବଧୂ...
କିନ୍ତୁ ଆଜି ଏ ଭଦ୍ରମୁଖା ପିନ୍ଧା ମଣିଷ..
ତାକୁ ସଜେଇ ଦେଲେ ବାରବଧୂ..
କେତେ ସ୍ୱପ୍ନ ଦେଖେ କାଳେ ଶ୍ରୀରାମ ଆସିବେ..
ଏ ପଙ୍କିଳ ଗଳିର ଅହଲ୍ୟାକୁ ଟିକେ ମୁକ୍ତି ଦେବେ...
ହେଲେ କାହିଁ କେବେ ଶ୍ରୀରାମ ଆସନ୍ତିନି ଏଠି..
ରାବଣଠୁ ବଳି ରାକ୍ଷସ ଆସନ୍ତି..
ତାର ମଞ୍ଜୁଳ ଶରୀରରେ ପlଶବିକତାର ସୀମା ପାରିକରନ୍ତି..
ରାତ୍ରିର ନିଃଶବ୍ଦତାରେ ଲହୁଲୁହାଣ କରି..
ଗୋଟେ କଳଙ୍କିନିର ସୁନ୍ଦର ଉପହାର ଦିଅନ୍ତି..
ହେଲେ ସେ ପାପ ଦୁଇ ହାତ କରେ ନା????
ଆଉ ଦୋଷ ଖାଲି ସେ ବରଙ୍ଗନାର ହୁଏ...
ନିଜର ଅସ୍ତିତ୍ୱକୁ ପାଏନି ଖୋଜି...
ଭାବେ ଭଗବାନ ସୁନ୍ଦର ଶରୀରଟେ ଦେଲେ ସିନା..
ହେଲେ ସୁନ୍ଦର ମନଟା ସବୁଦିନ ପାଇଁ କାଢି ନେଲେ..
ବିକ୍ଷିପ୍ତ ମନରେ ସଂକ୍ଷିପ୍ତ ରାତିର ଆସର..
ମନ ଭିତରେ ଅନେକ କୋହ, ଆଖିରେ ଅନେକ ଲୁହ..
ସଞ୍ଜ ସଳିତା ପରି ଜାଳି ଜାଳି ଜୀବନକୁ..
ବଞ୍ଚି ରହେ ଖାଲି ସଞ୍ଜନାୟିକl ରେ ସଜାଇ ନିଜକୁ..
ଗୋଟେ ଚରିତ୍ରହୀନ ପୁରୁଷର ବିଳାସମୟୀ ସୌଧ..
କିନ୍ତୁ ତାର ଏ ସୁନ୍ଦର ଶରୀରରେ ବି ଅଛି ଏକ ଭଙ୍ଗା ହୃଦୟ..
ଯାହାକୁ ଯୋଡିବା ପାଇଁ ନାହିଁ କୋଉ ପୁରୁଷ ପାଖରେ ସମୟ..
କାରଣ ଉପଭୋଗ ପରା ଏମାନଙ୍କ ପାଇଁ ନିହାତି ମହାର୍ଗ . ll
