STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମନୁଆ ଠାକୁର

ମନୁଆ ଠାକୁର

1 min
399

,,,,,,,,,,,,,,,,,,,,,,,,,,,,, ମନୁଆ ଠାକୁର ହେ କଳା ସାଆନ୍ତ ମନ କଥା ସବୁ ଜାଣ ମନ ଦେଇ ଦେଲେ ସବୁ ଅଭାବକୁ ମୁହୂର୍ତ୍ତେ କର ପୂରଣ। ଶିଶୁର ଓଠରେ ଭାଷା ଦିଅ ତୁମେ ଚକ୍ଷୁରେ ଦେଇଛ ଲୁହ ସେହି ଲୁହ ଯଦି ତୁମ ପାଇଁ ଝରେ କିଏ ବା ଅନାଥ କୁହ? ତୁମେ ଅଛ ନାଥ ଗୋପନ ଭାବରେ ସବୁରି ହୃଦ ମନ୍ଦିରେ ଭାବ ଗ୍ରାହୀ ହୋଇ ଭାବନାକୁ ବୁଝ ନାବିକ ଭବ ସାଗରେ। ତୁମେ ତ ଚାହିଁଲେ ପଙ୍ଗୁ ଲଙ୍ଘେ ଗିରି ଅନ୍ଧ ଦେଖେ ପରା ରବି ନିଖିଳ ଭୁବନ ନିଳୀମା ଆକାଶ ପ୍ରତି ସ୍ଥାନେ ତୁମ ଛବି। ତୁମ ପାଇଁ ପ୍ରଭୁ ଖୁସି ମୁଁ ହେଉଛି ଚିନ୍ତେ ଜଗତ କଲ୍ୟାଣ ତୁମେ ଆସୁଥାଅ ମୋ ଜୀବନେ ନିତି ଦୁଃଖକୁ କରି ହରଣ। 


Rate this content
Log in

Similar oriya poem from Action