ମନର ପ୍ରଦୂଷଣ
ମନର ପ୍ରଦୂଷଣ
ସକାଳର ଅବସ୍ଥା ସଞ୍ଜକୁ ନାହିଁ
ପ୍ରଦୂଷଣେ, ସମସ୍ତ ଦୁର୍ଗତି ଘଟଇ ।
ଜନମିଲେ, ମଣିଷ ଜୀବନକୁ ନେଇ
ସେ ଚାହେଁ ରହିବାକୁ ସାଥି ହୋଇ ।
ମନରେ ଲାଭ ଲୋଭ ଓ ଭୟ
ପ୍ରଦୂଷଣେ, ସ୍ୱାର୍ଥକୁ ଦିଏ ଆଶ୍ରୟ ।
ନିଜ ସୁଖ ପାଇଁ ପର କ୍ଷତି କରେ
ଭରିଛି ପ୍ରଦୂଷଣ ସବୁ ତ ମନରେ ।
କିଛ ସମୟର ବାଟୋଇ ହୋଇ,
ସମସ୍ତ ଅବାଟରେ ଚାଲେ ସେଇ ।
ତେଲିଆ ଓ ଗାଲୁଆ ସେଇତ ହୁଏ
ଚୋଟ ଦେବା ପାଇଁ ସୁଯୋଗ ଉଣ୍ଡୁଥାଏ ।
ଶ୍ରମ ବିମୁଖ ହୋଇ କରେ ସେ କାମ୍ୟ
ଶୀଘ୍ର ଚଢ଼ିବ ପ୍ରଗତିର ଶିଡ଼ି, ହୋଇ ଭ୍ରମ ।
କେହି ଏହିପରି ଚରିତ୍ର ସବୁକୁ ନେଇ
ଏଇ ଧରାରେ ତ ଜନମ ହୁଅନ୍ତି ନାହିଁ ।
ମନରେ ଜଟିଳତା ପଶେ ଧିରେ ଧିରେ
ବୁଦ୍ଧି ହୁଏ ଚପଳା, ମନର ପ୍ରଦୂଷଣରେ ।
ସାମନାରେ, କରେ ସେ ସ୍ତବପାଠ,
ପ୍ରଦୂଷଣରେ, ପଛରେ ନିନ୍ଦାର ଚୋଟ ।
ବିନା ପ୍ରଦୂଷଣେ, ହସୁଥିଲା ପରିବେଶ,
ମନ ପ୍ରଦୂଷଣେ ବିଜ୍ଞାନକୁ ଦେଉଛେ ଦୋଷ ।
ଲାଭ ଲୋଭ ପାଇଁ କାଟୁଛେ ଆମେ ବୃକ୍ଷ
ପ୍ରଦୂଷଣର ବିଷ ହେବ ତ ଦର୍ଶନ ପ୍ରତ୍ୟକ୍ଷ ।