STORYMIRROR

Seetaram Dash

Romance Tragedy

2  

Seetaram Dash

Romance Tragedy

ମନର ମଣିଷ

ମନର ମଣିଷ

1 min
369




କଥା ଦେଇଥିଲ ଛାଡିବନି ହାତ,

ଅଧା ବାଟେ ରହିଗଲ।।

ସାତ ଜନମର ସାଥି ହେବ କହି,

ପ୍ରତିଶ୍ରୁତି ଭୁଲିଗଲ।।


ତୁମରି ପଥକୁ ଚାହିଁ ରହିଥିଲି,

ସାଥେ ଯିବାପାଇଁ ମନ୍ଦିର।।

ଧଳା ଶାଢୀ ଖଣ୍ତେ ଉପହାର ଦେଲ,

ଲିଭିଗଲା ମୋ ସିନ୍ଦୂର।।


ତୁମେ ଗଲା ପରେ ମୁହଁ ବୁଲାଇଲେ,

ସାଙ୍ଗ ସାଥି ପ୍ରିୟଜନ।।

ଦୁଃଖ ଯନ୍ତ୍ରଣା ରେ କେମିତି ବଞ୍ଚୁଛି,

ସେକଥା ଜାଣେ ମୋ ମନ।।


ଜୀଅନ୍ତା ଶବ ମୁଁ ନିଇତି ମରୁଛି,

କେତେ ଦିନ ମୋର ଆୟୁ।।

ମନର ମଣିଷ ଚାଲିଗଲା ପରେ,

କାହିଁକି ବଞ୍ଚିବି ଆଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance