STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମନର ମାନସୀ

ମନର ମାନସୀ

1 min
3.1K

ପଥର ହୃଦୟର

ଭଙ୍ଗା କୁଡ଼ିଆ ଘରକୁ

ଚୁନା ଚୂନା ସପନ ଦୋଳିରେ

ସଜେଇ ସଜେଇ ହାରି ଯାଇଥିବା

ଜୀବନ ପଥିକ ମୁଁ

ଲକ୍ଷ୍ୟ ହୀନ ବାଟବଣା ପଥିକ ଟିଏ ହୋଇ

ଆଶାରା ଆଉ ବେସାହାରା ଜୀବନକୁ

ଆଦରି ନେଇଥିଲି

ଜାକି ଦେଇ

ଦେଖି ଥିବା ସବୁ ସୁନେଲି ସପନ

ଆଉ ସଫଳ ଜୀବନ

ଫିକା ଆଉ ଭାବନା ହୀନ

ପଥର ମଣିଷ ପାଲଟି ଯାଇଥିଲି

ଅଜାଣତେ ଆଉ ଅନିଚ୍ଛାରେ


ବରଷା ରାଣୀ ହୋଇ ଆସିଲୁ

ପ୍ରେମ ରଙ୍ଗରେ ମତେ ଭିଜେଇ ଦେଲୁ

କେତେ ନୂଆ ଆଶା ସପନ ବୁଣି

ସାଜିଲୁ ମନର ସୁନା ହରିଣୀ

ଜିଇଁବା ଶିଖିଲି ମରିବା ଭୁଲି

ମନର ମାନସୀ ପାଇ ଖୁସି ମୁଁ ହେଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract