Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Romance Inspirational

3  

Ramakanta Das

Romance Inspirational

ମନର କଷ୍ଟ

ମନର କଷ୍ଟ

1 min
143


କାହିଁକି କେଜାଣି 

ବେଳେବେଳେ ଭଲ ଲାଗେନି ଜମା 

ଅରୁଚି ଲାଗେ ସବୁ ମୁହୂର୍ତ୍ତ ଗୁଡାକ 

ଉଡସିଆ ପଣ ଖାଁ ଖାଁ ଭାବ

ଗୋଡାଉଥାଏ ଗୋଟା ପୁଣି ମନ 

ଚୁପ୍ ଚାପ ଦେଖୁଥାଏ 

ସ୍ମୃତିର ଆଇନାରେ ନିଜକୁ 

ବିତିଥିବା ଆମ ସ୍ମୃତି ସବୁ 

ଅମ୍ଳଜାନ ପରି 

ମୋ ଶିରା ପ୍ରଶିରାରେ 

ପ୍ରବାହିତ ହୁଏ ।।


ସ୍ମୃତିର ଆଇନାରେ 

ଅନ୍ତର ଚେତନା ପ୍ରତିବିମ୍ବରେ 

ବାରମ୍ବାର ମୁଁ ପଚାରୁଥାଏ 

ମୁଁ ତୁମର କିଏ............?

କାହିଁକି ତୁମକୁ ନେଇ 

ମୋର ଏ ଅଜବ ଭାବନା !!

ତୁମକୁ ମୁଁ ଖୋଜେ 

ନିଶବ୍ଦ ପ୍ରହରରେ  ଉଦାସ ମନରେ 

ତୁମ ସ୍ମୃତି ଛାତିତଳେ କୁହୁଳେ 

ଆଜି ବି ସାଇତି ରଖିଛି ତୁମର ସବୁ ସ୍ମୃତିକୁ 

ତୁମକୁ ପାଇବା ପାଇଁ ଟିକେ ପାଖରେ ।।


ଜାଣିଛି  ତୁମେ କେବେ ବି ମୋର ନଥିଲ

ତୁମକୁ ପାଖରେ ପାଇବା ଆଶାରେ 

ଭାବେ ମୁଁ ସବୁ ମୁହୂର୍ତ୍ତରେ ତୁମ କଥା 

ମୋର ଏ ଉଦାସ ମନ କେବେ ମତେ 

ହସାଏ  ପୁଣି କେବେ ଲୁହରେ ଭିଜାଏ 

ସୁଖ ଓ ଦୁଃଖ ଦୁଇ ମଝିରେ 

ଅଟକି ଯାଏ ମୋ ଉଦାସ ମନ 

ଭାବୁଥାଏ ନୂତନ କୌଶଳ 

କେମିତି ପ୍ରତିହତ କରିବ 

ନିଜର ସୁରକ୍ଷା ବଳୟ ।।



Rate this content
Log in

Similar oriya poem from Romance