STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ମଣିଷାସୁର

ମଣିଷାସୁର

1 min
151

ମଣିଷ ନା ଅସୁର

ନା ମହିଷାସୁର

ମଣିଷରୁ ହେଲୁଣି ଅସୁର

ତୁ ଵୋଧେ ଏବେ ମଣିଷାସୁର


ଆଉ କେତେ ,

ଲୁଚେଇ ରଖିଥାଆନ୍ତା ନାରୀ

ଲୁହ ଆଉ କୋହ,

ରକ୍ତ ହୋଇ ବହିଯାଉ

ଏ ପାପୀ ଦେହ,

ମାନବିକତା ହାରିଛି

ପାଶବିକତାର ହେଉଛି ଜୟ ,

ଦାନବର ବଢ଼ିଛି ରାଜୁତି ,

ନିର୍ଭୀକ ଚରାଚର ନାହିଁ କିଂଚିତ ଭୟ


କିଛି ଅଲଗା ତ ନାହିଁ ଗଠନ ନାରୀର ,

ତୋ ମାଆ, ଭଉଣୀ, ସ୍ତ୍ରୀ ଓ ଝିଅ

ପରି ତ ମାେ ଦେହ ,

ତଥାପି ତୋ ଆଖିରେ

ଲକ୍ଷେ ଅସୁରର ଚାହାଣୀ,

କାମନାରେ ଜଳେ ଅହରହ

ତୋ ଶାଗୁଣାର ମୋହ


ମୁଁ ଆଉ ଦେବୀ ହେବି ନି,

ଅସହାୟ ଦେହରେ ପ୍ରତିଶୋଧ ନେବାକୁ,

ଏବେ ଖାଲି ମାଟି ହୋଇ ଲେସିହେବି,

ତୁମ ଦେବୀଙ୍କ ଦେହରେ,

କେବଳ ପାର୍ବଣରେ


ତୁ ପ୍ରଥମ ପୁରୁଷ ତ ନୁହେଁ

ଅସଂଖ୍ୟ ପୁରୁଷଙ୍କ ବେହିସlବ୍ ଅନୁଗ୍ରହରେ,

ମାେ ଦେହେ ଅଦୃଶ୍ୟ କ୍ଷତରାଶି

ଆଉ ଅସହ୍ୟ ଯନ୍ତ୍ରଣାର କୋଳାହଳ

ଯେ ଯେମିତି ଚାହିଁଛି ,

ସେମିତି ପାଇଛି ସୁଖ ମୋ ଦେହରୁ


ନାରୀର ସ୍ୱାଭିମାନ,

ଖିନଭିନ ହୋଇଛି ଯାନିଯାତ୍ରାରେ,

ବାଟରେ ,ଘାଟରେ ପୁଣି ଗହଳି ହାଟରେ

ଏବେ ଖାଲି ତୁଚ୍ଛ ଅଭିମାନ

ନାରୀ ଆଖିରେ


ତୁ ପୁରୁଷ

ଶେଷରେ ହୋଇଗଲୁ ରାକ୍ଷାସ,

ହିଂସ୍ରକ  ପିଶାଚ

କ୍ଷତକୁ କରି  କ୍ଷତାକ୍ତ

ଦେହକୁ କରି ରକ୍ତାକ୍ତ

ଆତ୍ମାକୁ ମୋ ଦେହକୁ

ଜାଳି ପୋଡ଼ି କଲୁ ଛାରଖାର

ସତରେ ପୁରୁଷ ଆଜି ସିଦ୍ଧ କଲୁ

ତୁ ହିଁ କାମୁକ ଅସୁର,

ମଣିଷାସୁର 


ମୃତ୍ୟୁ ପୂର୍ବରୁ ସ୍ରଷ୍ଟ୍lଙ୍କୁ,

ଏତିକି ଗୁହାରି ନାରୀର,

ମା ,ଭଉଣୀ ,ସ୍ତ୍ରୀ ଆଉ ଝିଅଙ୍କୁ କାହାର,

ନ ମିଳୁ ଏ ଅକଥନୀୟ ଅତ୍ୟାଚାର  ,

କ୍ରୁର ଅଘୋଷିତ ଶିକାର ,

କାମୁକର ବଳାତ୍କାର

ପୁଣି ନୃଶଂସ ହତ୍ୟା ମଣିଷ ରୂପୀ ଅସୁରର,

ମଣିଷାସୁରର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract