ମଣିଷ ପ୍ରତି ସାବଧାନ
ମଣିଷ ପ୍ରତି ସାବଧାନ
ମଣିଷ ଆଜି ଆଉ
ମଣିଷ ହେଇ ନାହିଁ
ମଣିଷ ଆଜି
ବିଶ୍ୱାସ ଘାତ ପାଲଟିଛି
ଉପରେ ଉପରେ
ମଧୁର ବଚନ ଦଉଛି
ମନକୁ ଶାନ୍ତନା ଦେବାପାଇଁ
ଭିତରେ ଭିତରେ ଚେର କାଟୁଛି
ଆଉ ସେହି ମଣିଷ
ସେ ଗଛ ରେ ଚଢ଼ୀବା ପାଇଁ
ଆଦେଶ ଦଉଛି
ଆଜି ର ସମାଜ ରେ
ମଣିଷ କୁ ଚିନ୍ହି ବା ଯେ କେତେ କଷ୍ଟ
ମୋ ଠାରୁ ଆପଣ ମନେ ଭଲ ଭାବରେ
ହୂରଦ୍ୱୟ ଗମ ଅଟନ୍ତି
ମଣିଷ ପାଖରେ
ମାନବିକତା ଶବ୍ଦ ଟା
ସଂଜ୍ଞା ହୀନ ପରି ମନେ ହୁଏ
ଆଜିର ମଣିଷ ମାନବିକତା କଣ ଜାଣେନା
ମୁଁ ରାସ୍ତା ରେ ଗଲା ବେଳେ ଦେଖିଛି
College ରୁ ଫେରିବା ବେଳେ
ମାନବିକତା ଅନୁଭବ କରିଛି
ରାସ୍ତା ରେ ଆଘାତ ପାଇ ମଣିଷ ଟା
ଆଜି ମୃତ୍ୟୁ ସହିତ ସଂଘର୍ଷ କରୁଛି
ମଣିଷ ଟା ଦେଖି ମଧ୍ୟ
ନ ଦେଖିବାର ଅଭିନୟ କରୁଛି
କାହିଁକି ଏ ମିଛ ଅଭିନୟ
ତାହା ଅନୁସନ୍ଧାନ କରି କରି
ମୁଁ ଥକି ପଡିଛି
ଆଜି ର ମଣିଷ
ପ୍ରତେକ କଥାରେ
ମାତୃଭାଷା କୁ ପ୍ରୟୋଗ କରୁଛି
ନିଆଁ ର ଜ୍ଵଳା ଭିତରେ ଜଳୁଛି
ନିଜେ ଜଳୁଛି
ତା ସହିତ ଅନ୍ୟ ମାନଂକୁ ନେଇ ଜାଳୁଛି
ମଣିଷ ଏହା କଣ ଠିକି କରୁଛି
ଆଜି ର ମଣିଷ
ଚନ୍ଦ୍ର ପୁଷ୍ଟ ରେ
ପାଦ ଥାପିଲାଣି
ତଥାପି ମାନବିକତା ଶବ୍ଦ ତା
ସଂଜ୍ଞା ହୀନ ପରି ମନେ ହଉଛି
ମଣିଷ ଯେତେ ଆଧୁନିକତା ହଉଛି
ସେତେ ଯାକ ଯକମରେ ରହୁଛି
ଘୋଡା, ଗାଡି କୁ
ନିଜ ସମ୍ପତି ବୋଲି ଭାବୁଛି
ମଣିଷ ର ଦୋଫନ୍ଧା ମୁହଁ
କେତେ ବେଳେ ସାଧୁ
ଆଉ କେତେ ବେଳେ ଚୋର
ସାଧୁତା ଯେ
ମଣିଷ ର ଭିତି ଭୂମି ସ୍ଥାପନ କରେ
ଆଉ ଚୋର କଳଙ୍କ ଧରି ବୁଲେ
ଆଜି ର ମଣିଷ
ମାନବିକତା ଭୁଲି ଯାଉଛି
ପୁଅ କାଟୁଛି ବାପାର ବେକ
ଚୋର, ସୈତାନ ମନେ ସାଧୁ ପାଲଟିଛନ୍ତି
ଆଇନ ଆଖି ରେ କଳା କପଡା ବାନ୍ଧି ଛନ୍ତି
ଚୋର ଏଠି ନ୍ୟାୟ ପାଉଛି
ସାଧୁ ଏଠି ଜୋରିମାନା ଗଣୁଛି
ତଥାପି ମୁଁ କହୁଛି
କିଛି ମଣିଷ ପାଖରେ
ମାନବିକତା ଆଜି ମଧ୍ୟ ବଞ୍ଚି ରହିଛି