ମଣିଷ ଚିହ୍ନିବ ବିପଦ ବେଳେ
ମଣିଷ ଚିହ୍ନିବ ବିପଦ ବେଳେ
ହୁସିଆର ଅତି ଚତୁର ମଣିଷ
ଅଟେ ଭାରି ସ୍ବାର୍ଥପର
ଭାବିଚିନ୍ତି ବହୁ ରଖଇ ସମ୍ପର୍କ
ଯଦି ଲାଭ ଥାଏ ତାର ।
ହେଲାଣି ଏମିତି ବେଳକାଳ ଏବେ
ଭାବିଲେ ଲାଗଇ ଦୁଃଖ
ଦିନ ଦ୍ବିପ୍ରହରେ କବାଟ କିଳିକି
ରହୁଛନ୍ତି ଘରେ ଲୋକ ।
ପାଖ ପଡୋଶୀରେ ବିଚ ରାସ୍ତାଘାଟେ
ଘଟିଗଲେ ଅଘଟଣ
ଜାଣିଶୁଣି ସବୁ ଫିଟାଉ ନାହାନ୍ତି
ତୁଣ୍ଡ ଜନ ସାଧାରଣ ।
କାହାର କେଉଁଠି ଯଦି ହେଉଥାଏ
ବିଭାଘର ଭୋଜିଭାତ
ଦେଖାଯାଏ ସେଠି ଅସମ୍ଭବ ଭିଡ
ସମାଗମ ଆତଯାତ ।
ଦୁର୍ଭାଗ୍ୟକୁ ଯଦି ପଡିଯାଏ କିଏ
ଅକସ୍ମାତ ବିପଦରେ
ପାଖଛଡା ଦେଇ ବାହାନା ଦେଖାନ୍ତି
ମିଳନ୍ତି ଜଣେ କଷ୍ଟରେ ।
ନାହିଁ ସାମାଜିକ ସୌହାର୍ଦ୍ଦ୍ୟ ସଂପ୍ରୀତି
ବର୍ତ୍ତମାନ ଆଗ ପରି
ଜୀଉଛି ମଣିଷ ହୋଇ କିଂକର୍ତ୍ତବ୍ଯ
ଯନ୍ତ୍ର କ୍ରିିତଦାସ ପରି ।
ଘେରି ରହିଛନ୍ତି ଚିଲ ଓ ଶାଗୁଣା
ମିଥ୍ୟା ବନ୍ଧୁ ଚଉପାଶେ
ପାଇଲେ ସୁଯୋଗ ଖାଇଯିବେ ଝୁଣି
ଲାଗେ ଭୟ ମନ ତ୍ରାସେ ।
ଯାହାର ହୃଦୟେ ଅଛି ସୁୁବିିଶ୍ବାସ
ମାନବୀୟ ସମ୍ବେଦନା
ସହି ନିଜେ କଷ୍ଟ କରେ ସହଯୋଗ
ପରକୁ କରେ ଆପଣା ।
କିଏ ସେ ପ୍ରକୃତ ମଣିଷ ଚିହ୍ନିବ
ବିପଦ ବେଳେ ପରଖି
କରିଲେ ବିଶ୍ବାସ ଦେଖି ହସମୁଖ
ଯାଇପାର ତୁମେ ଠିକି ।
