STORYMIRROR

Prakash Majhi

Drama Romance Thriller

4  

Prakash Majhi

Drama Romance Thriller

ମନେପଡ଼ ତୁମେ (୮)

ମନେପଡ଼ ତୁମେ (୮)

1 min
191

ବାଲ୍ୟରୁ ଆଜି ଯାଏଁ

ଅପେକ୍ଷା କରି କରି

ସରି ଆସୁଛି ମୋ ବେଳ,

ମୁଦି ଆସୁଛି ମୋ ଆଖି,

କାହିଁ କେତେ ଦିନୁ

ତୁମେ ଯାଇଛ ଯେ ଯାଇଛ

ଟିକେ ଆସନ୍ତନି ?

ଶାନ୍ତିରେ ଶୋଇଯାଆନ୍ତି ମୁଁ

ଚିର ନିଦ୍ରାରେ...

ତୁମକୁ ଥରୁଟେ ଦେଖି।

ଜୀବନର ଛକିଶୂନ ଖେଳ ଭିତରେ

ତୁମେ ଶୂନ ନେଇ,

ବାଜି ମାରିନେଲ

ମୁଣ୍ଡେ ପିନ୍ଧି ବିଜୟର ଟିକା,

ମୁଁ ଛକି ନେଇ,

ବାଜି ହାରି ପେଶି ହୋଇଗଲି,

ଜୀବନରେ ଖାଇ ଧୋକା ।

ରାଗରୋଷ ଓ ଛନ୍ଦକପଟ

ଏମିତି କେତେ କଣ


ମୋ ହସରେ ହସୁଥିଲ

ମୋ ଲୁହରେ ଭିଜୁଥିଲ,

କିନ୍ତୁ ବିଧିର ବିଧାନେ

ଆଜି ସବୁକିଛି ଓଲଟ ପାଲଟ,

ମୁଁ ଅଛି,

ହେଲେ ତୁମେ ନାହଁ.....

କିନ୍ତୁ ତୁମକୁ ଦେଖିବାକୁ

ଅନ୍ତିମ ବେଳାରେ

ପ୍ରାଣ ହୁଏ ମୋର ଛଟପଟ ।

ଦୁଃଖ ନାହିଁ,

ତୁମକୁ ସାଥି ରୂପେ ନ ପାଇ....

ଦୋଷ ବି ଦଉନି!

ନିଜକୁ କିମ୍ବା ତୁମକୁ,

ଯାହା ମୋର ଭାଗ୍ୟଫଳ,

ତାକୁ କିଏ ବଦଳେଇ ପାରିବ

ଚିତ୍ରଗୁପ୍ତ ପାଞ୍ଜିରୁ,

ମୋ ପାଇଁ ଚିରକାଳ ।

ହେଲେ ମୁଁ କଣ କରିବି

ତୁମେ ପରା ଜାଣ.....

ମନ ଗୋଟେ ବାଇଆ ଚଢ଼େଇ,

ଏ ଡାଳରୁ ସେ ଡାଳକୁ

ଉଡ଼ିବାକୁ ତାର ମନ,

ଯେତେ ବୁଝେଇଲି ବୁଝିଲାନି,

ଯେତେ ମନାକଲି ମାନିଲାନି

ସେଇ ଗୋଟିଏ କଥା,

ଜୀବନ ବତୀ ଲିଭୁ ଲିଭୁ

ତୁମକୁ ଦେଖିବ ହିଁ ଦେଖିବ!

ତୁମେ ହିଁ କୁହ?

ତୁମକୁ ଦେଖିବ ଦେଖିବ ବୋଲିଏ ମନ 

ଅପେକ୍ଷା କରିବ ଆଉ କେତେ ଦିନ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama