STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ତଥାଗତ ବୁଦ୍ଧଙ୍କୁ ପ୍ରଶ୍ନ

ତଥାଗତ ବୁଦ୍ଧଙ୍କୁ ପ୍ରଶ୍ନ

1 min
140

         

  ତଥାଗତ ବୁଦ୍ଧ          ଶିଷ୍ୟଙ୍କ ସହିତ

       ଚାଲି ଚାଲି ଗ୍ରାମେ ଗ୍ରାମେ,

   ଦେଉଥିଲେ ଦୀକ୍ଷା      ଧର୍ମ ଜ୍ଞାନ ବାଣୀ

        ଜନ ଇଚ୍ଛା ଅନୁକ୍ରମେ।

  କହୁଥିଲେ ସିଏ        ତୃଷା ନାହିଁ ଯା'ର

       ଜଳ ମୂଲ୍ୟ ସେ କି ବୁଝେ ?

  ଅପାତ୍ରରେ ଦାନ         ଅଯଥା ହୁଅଇ

         ଅନର୍ଥ ପାଇଁ ସେ ଯୁଝେ।

  ଜଣେ ପଥ ଯାତ୍ରୀ      ପଚାରିଲେ ଦିନେ

        ପ୍ରଶ୍ନ ଏକ ତାଙ୍କ ପାଶେ,

  ଆହେ ତଥାଗତ        ପ୍ରଭୁ ବୁଦ୍ଧଦେବ

        ଆସିଅଛି ମୁଁ ଜିଜ୍ଞାସେ।

  ଦୀର୍ଘ ବର୍ଷ ଧରି       ତପସ୍ୟା ସାଧନେ

        କିବା ପାଇଛନ୍ତି ଲାଭ ?

  ଜାଣିଲେ ମୁଁ ନିଶ୍ଚେ     ନେବି ଧର୍ମ ଦୀକ୍ଷା

        ହେବ ମୋ ପାଇଁ ସୁଲଭ।

  ସ୍ମିତହାସ୍ୟେ ବୁଦ୍ଧ     କହିଲେ କୋମଳେ

         ଶୁଣ ଆହେ ସାଧୁଜନ,

  ତପସ୍ୟାରୁ କିଛି        ପାଇ ନାହିଁ ମୁହିଁ

        ହରାଇ ହୋଇଛି ନ୍ୟୁନ।

  ହରାଇଛି ମୁଁ ଯେ    ଲୋଭ ମୋହ ମାୟା

        ଯେତେ ସବୁ ମନ୍ଦଗୁଣ,

  ନାହିଁ ମୃତ୍ୟୁ ଭୟ      ତିଳେ ମାତ୍ର ମୋର

         ଏତିକି ହିଁ ତୁମେ ଜାଣ।

  ପାଦତଳେ ପଡ଼ି      କହିଲେ ସେ ବ୍ୟକ୍ତି

          ଧ୍ରୃଷ୍ଟତା କର ମାର୍ଜନା,

   ମୁଢ ପଣେ ମୁହିଁ        ପୁଛିଲି ଏ ପ୍ରଶ୍ନ

         ଶଙ୍କା ଥିଲା ଜ୍ଞାନ ବିନା।

  ଶିଷ୍ୟ ହୋଇ ତାଙ୍କ   ପାଳିଲେ ସେ ଆଜ୍ଞା 

         ଧର୍ମର ପଥରେ ଚଳି,

  ଆତ୍ମଜ୍ଞାନ ପାଇ        ପ୍ରଚାରିଲେ ଧର୍ମ

         ଜଗତର ହିତ ଭାଳି।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama