STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ମନେ ସୁବିଚାର ଭରି ରହୁ

ମନେ ସୁବିଚାର ଭରି ରହୁ

1 min
307


ଏ ସଂସାର ଅଟଇ ଏକ ଭଡ଼ାଘର ମୁଁ ତ 

ଏକ ଭଡ଼ାଟିଆ 

ମାନବ ସେବା ଅଟଇ ଧରମ, ଭୁଲି କିଆଁ

ହୋଇଛି ବାଇଆ ?


ଅବିବେକ ମାଞ୍ଜାରେ ମନ ଗୁଡିଟିକୁ ମୋର 

ଦେଇଛୁ ବାନ୍ଧି

ଅମାନିଆ ମନ ମୋହରେ ଆଚ୍ଛନ୍ନ ପାପରେ 

କେବଳ ହୁଏ ଧନ୍ଦି।


ସୁନା, ମୋତି ମାଣିକ ପରି ସରଳ ହୃଦୟର 

ଦର ଆକାଶ ଛୁଆଁ 

ନକଲି ସବୁ ଅସଲି ଢଙ୍ଗରେ ଉପରେ ମୋହିନୀ 

ରୂପରେ ଥୁଆ।


ପଞ୍ଚ ମନେ ମୋର ତ ସବୁ ଭାବାନ୍ତର ସମୟର

ନଦୀ ସୁଅରେ

କରାୟତ୍ତ ନୁହେଁ ମନଗୁଡି ମୋର, ନାହିଁ ତ ମୁଁ 

ନିଜ ଆୟତ୍ତରେ।


କାନ୍ଥରେ ଗାନ୍ଧି ଫଟୋ ଟାଙ୍ଗି, ସ୍ବାର୍ଥ ଓ ମତାନ୍ଧ 

ହୋଇଲେ

ମଣିଷ ହେବା କି 'ଜନନୀ,ସ୍ବର୍ଗାଦପି ଗରୀୟସୀ" 

ବୋଲିଲେ ?


ମୁଁ ମୋର ଚିନ୍ତା ଚେତନାରେ ସମର୍ପଣ ଭାବ ଯଦି

 ରଖିବି ନାହିଁ

ମଣିଷ ହିତେ ଭାବନା ଅଭାବେ ଯୋଗରେ ରହେ 

କି କେହି?


ପାଷାଣ ହୃଦୟେ, ନିୟନ୍ତ୍ରଣାଧୀନ ସଂସ୍କୃତି ନାହିଁ, 

ସାଧୁ ବୋଲାଏ 

ସାମାଜିକ ସମ୍ପର୍କକୁ ଅପକର୍ମ ଦ୍ୱାରା ଖାଲି କ୍ଷତାକ୍ତ 

ମୁଁ କରିଥାଏ।


ନିଷ୍କାମ ପ୍ରାଣ ସଦା ସୁଧା ସଞ୍ଜିବନୀ ପରି ବାଣ୍ଟେ 

ସେନେହର ଧାରା

ଶକତି ଆସୁ ମନେ ରଖିବି ଏହି ଦାମ୍ଭିକ ଭାବନାକୁ 

ଜୀବନ ସାରା।



Rate this content
Log in

Similar oriya poem from Abstract