Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ମନେ ପଡୁଥିବେ ସଦା

ମନେ ପଡୁଥିବେ ସଦା

1 min
319



ନୂଆ ଭାରତର ଅମୃତ କାଳରେ

  ଥିବା ଯାଏଁ ଏହୁ ସୃଷ୍ଟି,

ମନେ ପଡୁଥିବ ସ୍ମୃତି ଟି ତାଙ୍କର

  କରୁଥିବେ ଜ୍ଞାନ ବୃଷ୍ଟି।


ଜ୍ଞାନ ଓ ବିଜ୍ଞାନ କଲେ ଅଙ୍କୁରିତ 

  ଥିଲେ ରାଷ୍ଟ୍ରେ ରାଷ୍ଟ୍ରପତି,

ରାଷ୍ଟ୍ରର ବିକାଶେ ତାଙ୍କ ଅବଦାନ

  ଥିଲା ଟି ଅପୂର୍ବ ପ୍ରୀତି।


ତାରିଖ ପନ୍ଦର ମାସ ଅକ୍ଟୋବର 

  ଜନମ ଟି ଧରା ଧାମେ,

ରାଷ୍ଟ୍ରଶିଳ୍ପୀ ସେହୁ ପରା ରାଷ୍ଟ୍ରବାଦୀ

  ସ୍ମୃତି ରଖିଗଲେ ଧାମେ।


ଭାରତ ରତ୍ନରେ ହେଲେ ଅଳଙ୍କୃତ

  ସର୍ବୋଚ୍ଚ ସମ୍ମାନ ଏହୁ,

ପରା ରତ୍ନ ସେହୁ ଭାରତବର୍ଷର

  ପରା ବୈଜ୍ଞାନିକ ଏହୁ।


ମିସାଇଲ୍ ମ୍ୟାନ୍ ରୂପେ ପରିଚିତ

  ଗୁଞ୍ଜେବିଶ୍ବେ ତାଙ୍କନାମ,

ଆବିଷ୍କାର ତାଙ୍କ ମିସାଇଲ୍ ପରା

  ବୈଜ୍ଞାନିକ କ୍ଷେତ୍ରେନାମ।


ନାମଟି ତାଙ୍କ ଅବଦୁଲ କଲାମ୍

  ରାଷ୍ଟ୍ରଶିଳ୍ପୀ ପରା ସେହୁ,

ରାଷ୍ଟ୍ରହୀତେ ତାଙ୍କ ସମର୍ପଣଭାବ

  କିପରି ଭୁଲିବେ କେହୁ।


ତ୍ୟାଗ ପ୍ରତିମୂର୍ତ୍ତି ଜ୍ଞାନର ଭଣ୍ଡାର

  ଅସାଧାରଣ ବ୍ୟକ୍ତିତ୍ୱ,

ଜନ୍ମଜୟନ୍ତିତୀଟି ପନ୍ଦର ତାରିଖ

  ଅକ୍ଟୋବରେ ପାଳିତ।


ଶ୍ରଦ୍ଧାଞ୍ଜଳି ଦେବେ ଭକ୍ତିଚିତେ ତାଙ୍କୁ

  କରିବେ କୋଟି ପ୍ରଣାମ,

ସ୍ମୃତିରେ ତାଙ୍କର ଦେବେ ପୁଷ୍ପାଞ୍ଜଳି

  ଗୁଞ୍ଜିବ ତାଙ୍କ ସୁନାମ।


ରାଜନୀତି କ୍ଷେତ୍ରେ ତାଙ୍କଅବଦାନ 

  କିଏ ବା ପାରିବ ଭୁଲି,

ତାଙ୍କ ୟଶ କ୍ରିତି ବିଜ୍ଞାନ କ୍ଷେତ୍ରରେ

  କେହୁ କି ପାରିବେ ଭୁଲି।


ମାତା କହୁଥାଏ ପୁତ୍ରକୁ ତାହାର

  ହୁଅ ବାବୁ ତୁ କଲାମ୍,

ନୂଆ ଭାରତରେ କଲାମ୍ ପରିରେ

  ପୁତ୍ର ହେଉରେ ଜନମ।


ପ୍ରେରଣାର ସ୍ରୋତ ଯୁବା ଯୁବତୀଙ୍କ

  ବୈଜ୍ଞାନିକ ସେ କଲାମ୍,

ପୂର୍ବ ରାଷ୍ଟ୍ରପତି ମହାନ ରାଷ୍ଟ୍ରର

  ସେ ଅବଦୁଲ କଲାମ୍।


ଜନକ ରାଷ୍ଟ୍ରର ଆବିଷ୍କାର କ୍ଷେତ୍ରେ

  ହୁଏ ନୂଆ ଆବିଷ୍କାର,

ଆଜି ଶକ୍ତିଶାଳୀ ପବିତ୍ର ଭାରତ

  ସବୁ କ୍ଷେତ୍ରେ ଆବିଷ୍କାର।


Rate this content
Log in

Similar oriya poem from Abstract