ମନେ ପଡେ ସେଇଦିନ
ମନେ ପଡେ ସେଇଦିନ
ମନେପଡେ ସେଇ ଦିନ
ମନରେ ଅଛି ସାଇତା
ଦିନଥିଲା ଏଇ ଆଖି
ପକାଉ ନ ଥିଲା ପତା
ମୋ ପାଇଁ କହୁଥିଲା
ଇସାରାରେ କେତେ କଥା |
ଦିନଥିଲା ଏଇ ଓଠୁ
ଝରିପଡୁଥିଲା ମୁକ୍ତା
ଛନ ଛନ ଓଠ ତଳେ
ଲୁଚିଥିଲା ମଧୁ ଗାଥା
ଆଜି ତାର ନିରବତା
ଦିଅଇ ବିଷମ ବ୍ୟଥା |
ମନେ ପଡେ ସେ ଦିନର
ତା ସାଥେ ପ୍ରଥମ ଦେଖା
ଛନ ଛନ ମନ ତାର
ଆଖିରେ କବିତା ଲେଖା
ଚୋରା ଚୋରା ତା ଚାହାଣି
ତା ମୁଖର ମିଠା କଥା |
ତାର ଚୋରା ଚାହାଣିରେ
ମିଠା ମିଠା ବଚନରେ
ନୀଳ ନୀଳ ଗଗନରେ
ମନ ଉଡିଯାଏ ଧିରେ
ମିଠା ମିଠା ସପନରେ
ତା ପ୍ରେମର ରାଇଜରେ |
ମନ ଚୋରୀ କରିନେଇ
ଜଗାଇଲା କେତେ ଆଶା
ନାନା ରୂପେ ନାନା ରଙ୍ଗେ
ଶିଖାଇଲା ପ୍ରେମ ଭାଷା
ମନରେ ବିଶ୍ୱାସ ଭରି
ପିଆଇଲା ପ୍ରେମ ନିଶା |
ବିଶ୍ୱାସେ ହାତ ବଢାଇ
ଦେଖାଇଲା କେତେ ଆଶା
ଚୋରି କରି ନେଇ ମନ
ଶେଷରେ ଦେଲା ନିରାଶା
ନିଜ ସ୍ୱାର୍ଥ ସିଦ୍ଧି ପାଇଁ
ତୁଟାଇ ସବୁ ଭରସା
ଜଗାଇ ମନେ ଭରସା
ପିଆଇଲା ପ୍ରେମ ନିଶା ||
ପାଗଳ ଭ୍ରମର ସାଜି
ଫୁଲରୁ ଫୁଲର ଆଶା
ମଧୁ ସରିଗଲା ପରେ
ସରିଲା ତାର ପ୍ରତ୍ୟାଶା
ତା ପ୍ରେମରେ ବାନ୍ଧି ଦେଇ
କଲା ମୋତେ ଲୋକହସା
ସପନ ଦେଖାଇ ମୋତେ
ତୁଟାଇ ଦେଲା ଭରସା ||
ସପନ ମୋ ମିଛ ହେଲା
ରହିଗଲା ତାହା ଅଧା
ମୋ ଭଲ ପାଇବା କାଳେ
ହୋଇଛି ତା'ପାଇଁ ବାଧା
ତା'ର ସ୍ୱାର୍ଥ ପାଇଁ ଆଜି
ପଡି ଯାଇଛି ମୁଁ ବନ୍ଧା ||
ଏତେ ବଡ ଦୁନିଆଁରେ
ଏକା ଏକା ଚାଲିବାରେ
କେତେ ଦୁଃଖ କଷ୍ଟ ଅଛି
ଅନୁଭବି ବୁଝିପାରେ
ସ୍ୱାର୍ଥପର ଦୁନିଆଁରେ
ଛଳନାର ତାଡନାରେ
ମରି ମରି ବଞ୍ଚିବାରେ
ମରିଚିକା ପଛେ ଧାଇଁ
ବିଷ ମିଶା ବିଶ୍ୱାସରେ ||