ମନେ ପଡେ କାଳିଜାଇ
ମନେ ପଡେ କାଳିଜାଇ
ହେ ଗୋଦାବରିଶ ,,,,,
ମନେ ପଡ ଆଜ ତୁମେ ,
ମନେ ପଡେ ତୁମର
ସେହି ନାଉରିଆକୁ ନିବେଦନ ।
ମନକୁ ପୁନଃ ପୁନଃ ଧକ୍କା ଦିଏ
ସେହି କାଳିଜାଇ କବିତା ।
ଭଲ କରି ନାଆ ବୁହାରେ ନାଉରି
ଝିଅକୁ ମାଡୁଛି ଡର;
ଗଡେ ଗଡ ଲୋକ ଚାହିଁ ବସିଥିଲେ
ଝିଅ ଯିବ ଶାଶୁଘର ।
ସେ ଦିନ ବି ଥିଲା ବରଷା,ବତାଷି ,,
ପାହଡେ ଯାଇ ନାଆ ପିଟିହେଲା ;
ଝିଅ ନେଲା ସଲିଳ ସମାଧି ।
ତାରି ନାଆଁ ରେ ରହିଲା ଦେଉଳ ,,
କାଳିଜାଇ ନାଆଁ ତା'ର ।
ଏତେ ବରଷ ପରେ ପୁଣି ଘଟିଲା
ସେହିପରି କିଛି ଅକୁହା କଥା ।
ଆସିଲା ପବନ ,ଆସିଲା ବରଷା,,
ଇନ୍ଦ୍ର ବି ବରଷି ଗଲେ ,
ମଝି ଚିଲିକାରେ ଡଙ୍ଗା ବୁଡିଗଲା ,
କେତେ ପ୍ରାଣ ହରାଇଲେ ।
ଝିଅ ନାମେ ସିନା
ତୋଳା ହୋଇଥିଲା ମନ୍ଦିର ,
କେତେ ଭକତ ଯାଆନ୍ତି
ମନରେ ରଖି ଆଦର ।
'କାଳିଜାଇ' ପରା ସାକ୍ଷାତ
ଅଛନ୍ତି ସେହି ମନ୍ଦିରେ ,,
ତେବେ କିପରି ହୋଇଲା
ଏପରି ଅଘଟଣ ମଝି ଚିଲିକା ରେ ।
ଝିଅର କାହାଣୀ ଗାଇଥିଲେ
ଗୋଦାବରିଶ
କାଳିଜାଇ ନାମ ଦେଇ ,,
କବିତା ରୂପେ ଗାଇ ଗାଇ ।
ମନ୍ଦିରେ ,ଗୀତରେ ,କବିତାରେ
ରହିଲେ "କାଳିଜାଇ" ଅମର ହୋଇ ,
ହେଲେ ଏ ଘଟଣାକୁ ମନେ ରଖିବ କିଏ ?
ପୁଣି କି ସେ କାଳ ନିଜକୁ ଦୋହରାଇବ ;
ପୁଣି କି ତୋଳା ହେବ ଆଉ
ଏକ ମନ୍ଦିର ବାଲୁଗାଁ ରେ ;।
ପୁଣି କି ଜନମିବେ ଆଉ ଏକ ଗୋଦାବରିଶ ;;
ସତରେ ,
ମନେପଡ ଆଜ ତୁମେ
ହେ "ଗୋଦାବରିଶ"
ଆଉ ମନେ ପଡେ ତୁମ "କାଳିଜାଇ" ।