STORYMIRROR

ସନାତନ ଦାସ

Abstract

2  

ସନାତନ ଦାସ

Abstract

ମନେ ଅଛି ନା?

ମନେ ଅଛି ନା?

1 min
113

ମନେ ଅଛି ନା

କଲେଜ୍ ଛକ ୱେଟିଂ ରୁମ୍ ରେ

ତୁମ ସହ ଇସାରାରେ କଥା

ହେବାର ସେ ସମୟ


ମନେ ଅଛି ନା

ଏସ ଭି ଏମ୍ କଲେଜ ର

ଓଲଟ ଦେବଦାରୁ ତଳେ

ମୋ ସହ ଛୋଟ ସମ୍ପର୍କ ଟିଏ

ଯୋଡ଼ିବାର ବେଳ


ମନେ ଅଛି ନା

ହାତ ରେ ହାତ ଛନ୍ଦି

ମୋ ସହ ମକର ଆଉ ପୁସ୍ତକ ମେଳା

ବୁଲିବାର ସେ ଶୀତୁଆ ଅପରାହ୍ନ


ମନେ ରଖିଛ ନା ଭୁଲିଗଲେଣି,

ଅବା ସମାଧି ଦେଇ ଦେଲଣି

ସମୟର ଅତଳ ଗଭୀର ରେ


ଆମ ସମ୍ପର୍କର ମୁକସାକ୍ଷୀ 

ଆଉ ସେ ବରଗଛ ଟା ନାହିଁ 

କେଉଁ କାଳରୁ ଧରାଶାୟୀ ହୋଇ

ଲୋଟିପଡିଲାଣି ନିର୍ଜୀବ ରୂପରେ

ଶୁଖିଲା ମାଟିର ଛାତିରେ


ଖୁବ୍ ଖୁସି ହୋଇଥିବ ନା,

ଯେଉଁଦିନ ଧୀରେ ଧୀରେ କାଟି 

ନିଆଗଲା ସେଇ ବୁଢ଼ା ବରଗଛର

ଶୁଷ୍କ ଅବୟବକୁ


ଯେମିତି ଆମ ସମ୍ପର୍କ ତୁମର 

ପ୍ରତାରଣା ପାଇଁ ଛିଣ୍ଡି ଛିଣ୍ଡି

ନିଶ୍ଚିହ୍ନ ହୋଇଗଲା ଲଞ୍ଜା ତାରା ପରି


ଶେଷରେ ଯବନିକା ପଡ଼ିଗଲା ନା,

ଆମ ପ୍ରେମର ସବୁ ସନ୍ତକ,

ସେଇ ବୁଢା ବରଗଛ ସହ,


ଆଉ କେହିବି ଦୋଷ ଦେବେନି ତୁମକୁ,

"ପ୍ରତାରିକା" ଚିହ୍ନ ବି ହଟିଗଲା ତୁମ ଠାରୁ

ସେଇ ଏକ ମାତ୍ର ବୁଢା ବରଗଛ ଶବ ସହ

ଏଥର " ତୁମେ ଖୁସି ତ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract