ମନ୍ଦିର ତିଆରି
ମନ୍ଦିର ତିଆରି
ସପନl ମଳିକ ଯାଇ କହେ ନନା ପାଖେ
ମହାଦେବ କାଲି ରାତି ସପନରେ ମୋକେ ।
ସପନେଇ ଛନ୍ତି ନନା ମନ୍ଦିର ଗଢିବା
ବହୁ ଟଙ୍କା ସୁନା ଲୁଟ କିପରି କରିବା ।
ସପନ। ମଳିକ କଥା ଶୁଣି ଦେବା କ୍ଷଣି
ଟକଳା ନନା ଙ୍କ ନାଳ ଆସିଲା ନିକିଳୀ ।
ଖୁସି ହୋଇ ଯାଇ ହସି ଗଲେ ସେ ଲାଜେଇ
ପଖାଳ କରା ରେ ଦେଲେ ଲାଳ ଗାକୁ ପୋଛି ।
ଖୁସି ହୋଇ ପଚାରିଲେ ଆରେ ରେ ସପନା
କିସ କିସ ଦେଖିଛୁ ତୁ ସପନେ କହନା ।
କହଇ ସପନା , ଶୁଣ କାଲି ରାତି ଶୋଇ
ଯାଇ ଥିବା ବେଳେ ମହା ଦେବ ଉଭା ହୋଇ ।
ବୋଇଲେ ଶୁଣ ହେ ଆରେ ସପନ। ମଳିକ
ମନ୍ଦିର ଟେ ଗଢ଼ି ଦେଏ ପୂଜା ଦେବେ ଲୋକ ।
କହିବୁ ଯାଇ ତୁ କାଲି ଟକଲା ନନା କୁ
ନଈ କୂଳେ ଥିବା ଵେଲ ମୂଳେ ଆମେ ଅଛୁ ।
ମନ୍ଦିର ତୋଳିବା ପରେ ଆମ୍ଭ ଙ୍କୁ ଖୋଳିବ
ତାଡି କି କାଢି କି ନେଇ ମନ୍ଦିରେ ସ୍ଥାପିବ ।
ସପନା ସପନ କଥା ଟକଳା ପଣ୍ଡିତେ
ଶୁଣି କି ଡାକରା ଦେଲେ ମନ୍ଦିର ଗଢିତେ ।

