STORYMIRROR

Banabihari Mishra

Tragedy

2  

Banabihari Mishra

Tragedy

ମନା

ମନା

1 min
363

ହେ, ଶୁଭୁଛି, ତୁମକୁ କହୁଛି

ଆଉ ତୁମେ ଯିବନାହିଁ ସେ ବଦନାମ ଗଳିକୁ

ସେଠି ଯାହାସବୁ ଦେଖାଯାଏ

ସବୁକିଛି ନକଲି, କିଛି ବି ଅସଲି ନୁହେଁ

ସେଠାକାର ସବୁ ହସ ଛଳନାରେ ପୂର୍ଣ୍ଣ

କେବେଥରେ ଜାଣିବାକୁ ଇଚ୍ଛା କରିଛ କି

କେବେଥରେ ଦେଖିଛ କି

ସେ ହସ ପଛର କରୁଣ କାହାଣୀକୁ,

ତୁମ ସଭ୍ୟ ସମାଜର ଉପର ଖୋଳପାକୁ

ବିଦ୍ରୁପ କରୁଥିବା ସେଇ ଉତ୍ତପ୍ତ ଲୁହଧାର

କେବେ ମାପିଛ କି ସେ ଲୁହର ଗଭୀରତାକୁ

ତୁମେ ଖାଲି ସେଠି ଦେଖିଛ ହସର ଫୁଆରା

ଚିକ୍ ମିକ୍ ଆଲୁଅରେ ଝଲସି ଉଠୁଥିବା

ତନ୍ବୀ ତରୁଣୀର ଅଙ୍ଗ ସୌଷ୍ଠବ

ସଙ୍ଗୀତର ଉନ୍ମାଦକ ତାଳରେ

ମଦିରାର ଉତ୍ତାଳ ତରଙ୍ଗରେ

ତୁମ ଆଖି ଝଲସି ଯିବ, ତୁମେ ଅନ୍ଧ ହେଇଯିବ

ମାରିଦେବ ତୁମ ନିଜ ବିବେକକୁ, ଆତ୍ମାକୁ

କେବେହେଲେ ଦେଖି ପାରିବନି

ପଢିପାରିବନି ପରଦା ପଛର

ସେ ବିବଶତାଭରା କାହାଣୀକୁ

ତୁମେ ସେଠିକି ଯାଉଛ ନା ଖାଲି ଖେଳିବା ପାଇଁ

ନିହାତି ନିର୍ଜୀବ ଶବଗୁଡାକ ସହ

ହଁ, ଶବ ନୁହେଁ ତ ଆଉ କ'ଣ

ଖାଲି ଶରୀରଟା ଯାହା ପଡିଛି

ଆତ୍ମା ତ କେବେଠାରୁ ମରି ଯାଇଛି

ଆଉ ଆଗକୁ ପାଦ ବଢାଅନା

ଫେରିଆସ, ଫେରିଆସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy