STORYMIRROR

Biswanath Nayak

Fantasy

4  

Biswanath Nayak

Fantasy

ମନ -----

ମନ -----

1 min
133


ମନ ହୋଇଗଲେ

       ଫୁଲଠୁ ହାଲୁକା

            ମନ ନୁହେଁ ସେ ତ ପୂଜା ସୁମନ,

ମନ- କୁଞ୍ଜବନେ

       ବଇଁଶୀ ଶୁଭିଲେ

             ତାହା ରାଧାକୃଷ୍ଣ କେଳି ସଦନ। 

ଆଶା ଚଇତାଳି

       ମନେ ନ ବହିଲେ

             ମନ ବଇଶାଖୀ ଝାଞ୍ଜି ପବନ,

କ୍ରୋଧ- ଦାବାନଳ

       ଅନ୍ତରେ ଜଳିଲେ

              ମନ ସାଜେ ବନ ଅଗ୍ନି ସମାନ। 

ସେନେହ ଝରଣା

       ହୃଦେ ନ ଝରିଲେ

              ମନ ହୋଇଯାଏ ମରୁ ସମାନ,

କର୍ତ୍ତବ୍ୟ ସାଗରେ

         ମନ ବୁଡ଼ିଗଲେ

               ଧର୍ମ ଯୁଦ୍ଧେ ମନ ବୀର ଅର୍ଜୁନ। 

ବିଭୁ ପାଦେ ମନ

         ସମର୍ପିତ ହେଲେ

                ହୋଇଯାଏ ତାହା ଭକ୍ତି ନିର୍ମାଲ୍ୟ,

ପ୍ରଭୁ ପ୍ରେମ- ଲୁହେ

          ମନ ସିକ୍ତ ହେଲେ

                 ମନ ହୁଏ ଗଙ୍ଗା ଉଦକ ତୁଲ୍ୟ। 


ଇନ୍ଦ୍ରିୟ ପାଶରେ

         ମନ ବନ୍ଦୀ ହେଲେ

               ନିଜ ମନ ନିଜ ରିପୁ ସମାନ,

ମନ କବଳରେ 

         ଇନ୍ଦ୍ରିୟ ରହିଲେ

               ବନ୍ଧୁ ହୋଇଯାଏ ଆପଣା ମନ। 

ଦୁନିଆରେ କେହି

         ନାହିଁ ମିତ୍ର ଅରି

               ସବୁ ପରା ଏହି ମନରେ ଘେନ,

ନିୟନ୍ତ୍ରିତ ମନ

        ବିକାଶ ସାରଥୀ

                ବିନାଶର ହେତୁ ବିକ୍ଷିପ୍ତ ମନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy