STORYMIRROR

Chinmayee Sahoo

Romance

4  

Chinmayee Sahoo

Romance

ମନ ମଇନା

ମନ ମଇନା

1 min
438


ଦିନେ ଏକ ରୂପସୀ ଅନାମିକା

ଧାରା ଶ୍ରାବଣରେ ହେଲା ମୋ ଦେଖା।

ଭିଜାଭିଜା ଥିଲା ତା'ପୁରାଦେହ

ଭୟ ଲାଜ ମିଶା ତାହାରି ମୁହଁ।

ଭୁଲି ତା'ଠିକଣା

ଏଣେ ତେଣେ ଚାହିଁ ସେ ବାଟବଣା।


ଥିରିଥିରି ଆସି ବୃକ୍ଷ ତଳରେ

ହେଲା ଛିଡା ପୁଣି ମୋ ନିକଟରେ।

ବିନ୍ଦୁ ବିନ୍ଦୁ ନୀର ମୁକୁତା ପ୍ରାୟେ

ତା'ଓଦା କେଶରୁ ଝରିକି ହାଏ

ପଡୁଥିଲାବେଳେ

ମନ  ଚହଲି ଉଠିଲା ସେ କାଳେ।


ପଚାରିଲା ବାଟ ଦେଲି ବତାଇ

ଧନ୍ୟବାଦ ଦେଇ ଗଲା ଉଭେଇ।

ଚାହିଁ ଥିଲି ମୁଁ ଅପଲକ ନେତ୍ରେ

ଲୋକାରଣ୍ୟେ ମିଶିଲା କ୍ଷଣ ମାତ୍ରେ।

ଗଲି ତା'ଠି ହଜି

କଳ୍ପନା କି ସତ ହେଲାନି ବୁଝି।


ମୋ ମନର ସାଦା କାଗଜରେ ସେ

ତା 'ର ରୂପ ଆଙ୍କି ଗଲା କେଣେ ସେ ।

ଥରେ ବୁଲି ଚାହିଁଥିଲା ଟି ମୋତେ

ସ୍ମିତ ହାସ୍ୟେ କୁହୁକିନୀ କି ସତେ।

ସୁଷମା ତାହାର

ବର୍ଣିବାକୁ କ୍ଷମ ନୁହେଁ ମୁଁ ଛାର।


ସେଦିନୁ ମନ ମୋ ହେଲା ଦିୱାନା

ଖୋଜିବୁଲେ ସେହି ମୀନନୟନା।

କିଏ କହିଦେବ ତା'ର ଠିକଣା

ଆଣିଦେବ ମୋର ମନମଇନା।

ହେବି ମୁଁ କୃତଜ୍ଞ

ଜାଣେ ନା କି ଖେଳ ଖେଳୁଛି ଭାଗ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance