STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମମତା

ମମତା

1 min
406

ମମତାର ମୂଲ କିଏ ବା ଜାଣିବ

ଏତ ଅନୁଭବ ଅକୁହା କଥା

ଟିକିଏ ମମତା ସ୍ନେହର ପରଶେ

ଲିଭାଇ ଦିଏ ଯେ ଚରମ ବ୍ୟଥା ।

ମମତା ମଧୁକୁ ହୃଦୟରେ ନେଇ

ସ୍ନେହର ପରଶ ପରଶି ଯିବା

ନିଃଶବ୍ଦ ଭାଷାରେ ହୃଦୟ ଛୁଇଁବା

ପ୍ରତି ହୃଦୟରେ ଘର କରିବା ।

ଶବ୍ଦ ହୀନ ସେଇ ଅମୂଲ୍ୟ ସମ୍ପତ୍ତି

ହୃଦୟରେ ତାର ସୁନ୍ଦର ଘର

ଟଙ୍କା ପଇସାରେ କିଣା ବିକା ନୁହେଁ

ଏଇ ଜୀବନର ମୂଳ ଆଧାର ।

ମମତା ବାଣ୍ଟିଲେ ଖାଲି ହୁଏ ନାହିଁ

ସନ୍ତୋଷେ ଭରଇ ହୃଦ ଇଲାକା

ଅମୂଲ ମୂଲ ଏ ତିନୋଟି ଅକ୍ଷର

ଜାଳେ ଜୀବନରେ ନୂଆ ବର୍ତ୍ତିକା ।

ମମତା ମଧୁର ଭଣ୍ଡାର ତୋ ପାଖେ

ତାଲା ଖୋଲି ଥରେ ଦେଖି ତ ନେଏ

ସେ ମଧୁ ରେ ଅଛି ଏମିତିକା ଗୁଣ

ସମସ୍ତ ଦୁଃଖକୁ ଭୁଲାଇ ଦିଏ ।

ଅପରିପ୍ରକାଶ୍ୟ ଯେ ତାର ପରିଭାଷା

ମଧୁର ତାହାର ନିବିଡ଼ ଛୁଆଁ

ମମତାର ଧାରା ଆଖିରୁ ଝରିଲେ

ନିଃଶବ୍ଦ ଭାଷା ଯେ କରେ କିମିଆଁ ।

ମମତା ସ୍ରୋତରେ ଅନିତ୍ୟ ଦର୍ଶନ

ଚେତନାକୁ ଦିଶା ଦେଖାଇ ଦିଏ

ଜୀବନ ଯମୁନା ମମତା ବିହୁନେ

ସୂକ୍ଷ୍ମ ମରୁଭୂମି ପାଲଟି ଯାଏ ।

ମମତା ଜଡିତ କଥାରେ କଥାରେ

ମଧୁର ବାରତା ହୃଦୟ ଛୁଏଁ

ଭାଷାରେ, ଦିଶାରେ, ସ୍ପର୍ଶ ଦର୍ଶନରେ

ଅନ୍ତରାତ୍ମା କୁ ଯେ ଶାନ୍ତ କରାଏ ।

ହୃଦ ସାଗରରୁ ମମତା ର ମୋତି

ସାଉଁଟି ଆଣିବା ସଭିଏଁ ମିଳି

ସେ ମୋତିକୁ ବାଣ୍ଟି ଖୁସୀ ସାଉଁଟିବା

ଯେତେ ଦୁଃଖ ଥିବ ଯିବାରେ ଭୁଲି ।



Rate this content
Log in

Similar oriya poem from Abstract