ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
(ସେଇ ସର୍ବ ଶକ୍ତିମାନ ଜଗନ୍ନାଥଙ୍କୁ ଅଭିମାନୋକ୍ତିର ବାକି ଶେଷାଂଶ)
---୨-----
ଏ' ମୋର ଅନ୍ତରଦଗ୍ଧ ମୁହୂର୍ତ୍ତର ଅଭିଲେଖ , ଏ ଶୃଙ୍ଖଳାରୁ ଆପଣମାନେ ସାହିତ୍ୟିକ ମୂଲ୍ୟବୋଧ ପ୍ରତି ଧ୍ୟାନ ଦେବାକୁ ଅନୁରୋଧ , ଜୀବନର ପ୍ରତି କ୍ଷଣକୁ ବି ଲେଖନୀ ଧରି ରଖି ପାରେ , ସଦା ସହିତ ରହେବୋଲି ସାହିତ୍ୟ ନାଁ ପଡିଛି ସେ ଯାହା ହେଉ ,ଆପଣମାନେ ତ ମୋର ନମସ୍ୟ ପାଠକ ବନ୍ଧୁ ତେଣୁ ମୋର ସବୁ ସୁଖ ଦୁଃଖ ଆପଣଙ୍କ ସହ ବିନିମୟ କରିବିନି ତ ଆଉ କାହା ସାଙ୍ଗରେ କରିବି କହିଲେ ?????
ମସ୍ଥିସ୍କ ଅସୁସ୍ଥରୁ ସ୍ମରଣ ହ୍ରାସ ହୁଏ
ଦେଖିଲେ ଦୁଃଖ ଲାଗେ ଆଗୁ ଦେଖୀଛି ଯିଏ
ଶୋଇଛି ଶାନ୍ତ ହୋଇ ଛୋଟ ଶିଶୁଟି ପରି
ମୋ ଭାବ ରଞ୍ଜକଇ ସତେକି ଫୁଲଝରୀ
ବସିଛି ପାଶେ ତାର ନିହାରି ମୁଖଦାମେ
ସୁଦୂର ଅତୀତଟି ଆକୁଳ ହୃଦେ ଝୁମେ
ତା ସାଥିପଣ ମନେ ପଡ଼ଇ ଗୋଟି ଗୋଟି
ଅନେକ ରଙ୍ଗରସ ସପନ କୋଟି କୋଟି
ଦେଖିଲୁ ଯାହା ଆମ ସ୍ଥିତିକୁ ସୁହାଇଲା
କିଏ ତା' ବେକ ମୋଡି ରୋଗରେ ଶୁଆଇଲା ?
ଏଇ କଣ ଜୀବନ ଏଇ କଣ ଜିଇଁବା
ନଥିଲୁ କା'ଅନିଷ୍ଟେ ତେବେ କାକୁ କହିବା
କେଉଁଠୁ ଆସିଲା ଏ ଉଦବାର୍ଯ୍ୟ କଦର୍ଥନ
ସକଳ ଚେଷ୍ଟାସତ୍ବେ ଶୁଖୁଛି ଅପଘନ
ସାଥିକୁ ପୀଡା ଦେଇ ତା ସାଥି ହୃଦେ ଦାହ
ଭରିଛି ଯିଏ ହେଉ, କରିବି ନିଶ୍ଚେ ଦ୍ରୋହ|
ହେ ଅଦୃଶ୍ୟ ଶକତି ! ଶୁଣ ଚରମ ବାଣୀ
ସୂଚାଇ ଦିଏ ସିନା ନୁହେଁ ମୋର ବାହାଣି
ଯେ ଯାଏ ମୋ ସାମର୍ଥ୍ୟେ ରଖିଥିବଟି ଦୟା
ବୋହିବି ସାଥିକୁ ମୋ ଭୁଲି ତୁମରି ମାୟା
ଏତିକିତ ଦେଇଛ ସାହସ ମୋର ମନେ
ତୁମ ଦୟା ତୁମକୁ ଦିଏ ଲେଖନୀ ମୁନେ
କରି କରାଅ ବୋଲି ବହୁ ଆଗୁ କହିଛ
ଜାଣିଛି ସବୁ କ୍ଷେତ୍ରେ ତୁମେ ହିଁ ତୁମେ ଅ
ଛ
ତୁମକୁ ନେଇ ତୁମ ସାଥିରେ କଳି କରେ
ମାଟି ମଣିଷ ବୋଲି ତୁମଠିଁ ଅଳି କରେ
ତୁମେ ସର୍ବୋଚ କର୍ତ୍ତା ତୁମେହିଁ ସର୍ବାଧାର
ତୁମେ ହିଁ ସର୍ବଂସହା ତୁମେ ସର୍ବ ବିଚାର
ମୋ ଆତ୍ମା ଅଭିଳାଷ ମୋ ଆତ୍ମା ଖିନିଭିନି
ଲେଖନୀ ମୁନେ ଲେଖି ଜଣାଏ ଅଭିମାନୀ |
ମାଗିତ ନାହିଁ ମୁହିଁ ସାରା ସଂସାର ସୁଖ
ଆତ୍ମସନ୍ତୋଷ ଟିକେ ପାଇଁ ନୋହ ବିମୁଖ
ବାସ୍ତବ ଜୀବନରେ ଘଟୁଛି ଯା' ଘଟଣା
କେତେ ଯେ ଜାଣିହୁଏ କେତେ ରୁହେ ଅଜଣା
ଅଜଣା ବୋଲି ସେଠି ମନୁଷ୍ୟ ହାରିନାହିଁ
ଜିଇଁବା ଛଳେ ତାକୁ ପ୍ରାରବ୍ଧ ଆଖ୍ୟାଦେଇ
ଆତ୍ମସନ୍ତୋଷ ପାଏ ମାନି ଈଶ୍ବର ସତ୍ତା
ସୂଚାଏ ଜଗତକୁ ଶ୍ରେଷ୍ଟତ୍ବ ଗୁଣବତ୍ତା
ପ୍ରାରବ୍ଧ ସତ ମିଛ ତୁମେତ ଜାଣ ପ୍ରଭୁ
ପ୍ରତିର ପ୍ରତିକାର ତୁମେତ ପାର ସବୁ|
ଅଜଥା ଚିନ୍ତନକୁ ସେଠି ଖଟାଉ ନାହିଁ
ଅନ୍ତର ଆକୁଳତା ତେଣୁ ଦିଏ ଜଣାଇ
ଆଉବି ସୂଚାଉଛି ନିଅନା ମୋ ପରିକ୍ଷା
ଅବିଶ୍ବାସୁ ବିଶ୍ବାସେ ପାର ତ କର ରକ୍ଷା
ଈଶ୍ବରହୀନ ମୋର ଅନ୍ତରଟି ନ ହେଉ
ଜାଗ ହେ ଜଗନ୍ନାଥ ଶୋଇ ରୁହନା ଆଉ
ହେ ଅନ୍ତର୍ଯ୍ୟାମୀ ମୋର ଅନ୍ତର ଭାବ ବୁଝି
କରିବ ପ୍ରତିକାର ଏତିକି କୁହେ ଆଜି
ଠାକୁର ହୋଇ ପ୍ରଭୁ ଠକିବ ନାହିଁ ମୋତେ
ଅନ୍ତିମଶ୍ବାସ ଯାଏ ବସିବ ମୋର ଚିତ୍ତେ
ତୁମଠୁଁ ବଳପାଇ ସାଥିକୁ ଦିଏଁ ବଳ|
ପ୍ରଥମ ପରି ଶେଷେ ରହୁ ସେ ଅବିକଳ
ମାନିବ ଭଗବାନ ଏତିକି ମିନତିକୁ
ଅଜଥା ମୋତେ ଠେଲି ଦେବନି ଅନୀତିକୁ
ଶୁଖାଇବନି ପ୍ରଭୁ ମୋ ଆଖିରୁ ଲୋତକ
ମାଟି ମଣିଷଟିଏ ମାଗୁଛି ଏଇତକ
ମୋ ଅଭିମାନ ଶୁଣି ରାଗିବ ନାହିଁ ଆଉ
ହେ ଜଗନ୍ନାଥେ ତୁମ ଇଚ୍ଛା ହିଁ ପୂର୍ଣ୍ଣ ହେଉଉଉଉଉଉ ।