STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
1

କବିତା - ମକର ସଂକ୍ରାନ୍ତି
ରଚନା - ପଞ୍ଚାନନ ଜେନା
ତାରିଖ - ୧୪-୦୧-୨୦୨୬
 ++++++++++++++++++
 କାକର ଟିକିଲି ନାଇ
ତୁଷାର କାନଫୁଲ ଝୁଲେଇ
 ମାଟିର ମଣିଷ ଘରେ ମକର ସଂକ୍ରାନ୍ତି ଆସେ
 ହସ ଖୁସିର ଲହରୀ ନାଚ ଗୀତ ମହୁରୀ ପାସେ

 କହିବି ବା କିସ
ଉତ୍ତରାୟଣ ଆସୁ ଆସୁ ମାଟି ହସେ
 ଚଷାପୁଅ ଘରେ ପିଠା ପଣା ବାସେ
ଆଉ ସେହି ହସନ୍ତ ସଂକ୍ରାନ୍ତିରେ ହିଁ ମକର ବସେ

 କାଲୁଆ ଶୀତକୁ ପିଠି ପଛକୁ ଠେଲିଦେଇ
 ଆରିସା କାକରା ସୁଜି ମଣ୍ଡା କରେ ତିଆରି
ଗୁଡପାଗ ଦିଆ ମୁଁଆ ଖାଏ - ଖୁଆଏ ଆଦରି
ଭୁଜାକୁ ପାଗେଇ ବାନ୍ଧେ ଗାମୁଛା କାନିରେ ସାଦରି
 ମୁଠାଏ ଦି ମୁଠା ପାଟିକୁ ପକାଏ ସମୟ ବାହାର କରି

 କିନ୍ତୁ ଆଜିର ଏ ଆଧୁନିକ ଯୁଗରେ
 ମକର ସଂକ୍ରାନ୍ତିଟା ଲାଗେ ଭାରି ପାଣିଚିଆ
ଗୁଡ଼ି ଉଡ଼ାଇବାର ପରମ୍ପରା
 ମକର ଚାଉଳ ଖାଇବାର ପରମ୍ପରା
 ସମୁଦ୍ରରେ ବୁଡ଼ ପକେଇବାର ପରମ୍ପରା
ମକର ମେଳା ବୁଲିବାର ପରମ୍ପରା
ସବୁ କେବଳ କାମଚଳା ଅଳ୍ପ ଅଳ୍ପ ରଙ୍ଗଦିଆ

 ଯେନ ତେନ ପ୍ରକାରେଣ
ଚଳେଇ ନେଉଛେ ଆମ ପର୍ବ ପର୍ବାଣୀ
ଆଶଙ୍କା କେବଳ
ଅବଶୋଷ କେବଳ
 ଜାନୁୟାରୀ ୧୪ ତାରିଖ ନ ମରୁ
ମକର ସଂକ୍ରାନ୍ତିର ପବିତ୍ର ସର୍ବାଣୀ ।


Rate this content
Log in

Similar oriya poem from Tragedy