STORYMIRROR

Panchanan Jena

Inspirational

4  

Panchanan Jena

Inspirational

ନଦୀର ନାମ ସଂସ୍କାର

ନଦୀର ନାମ ସଂସ୍କାର

1 min
0

କବିତା - ନଦୀର ନାମ ସଂସ୍କାର
ରଚନା - ପଞ୍ଚାନନ ଜେନା
 ତାରିଖ -୨୬-୦୨-୨୦୨୬
 ++++++++++++++++
 ପଡ଼େଶୀ ଘର ମିନି ବୋଉ କହନ୍ତି ହସି ହସି
 ଗପୁଡି ହେଲେ ବି କଥାଫୁଲ ବାସିପଡେ ନେସି
 ନଈ ପରି ବହି ଯିବାରେ ଗଡି ଯିବାରେ ହିଁ ଖୁସି
 ତେଣୁ ଝିଅଙ୍କ ନାମ ନଈ ନାମରେ ନାମିତ ବେଶି
ଗଙ୍ଗା ସିନ୍ଧୁ ଗୋଦାବରୀ
କୃିଷ୍ଣା ନର୍ମଦା କାବେରୀ
 ସୁବର୍ଣ୍ଣରେଖା ଯମୁନା ବ୍ରାହ୍ମଣୀ
 ଋଷିକୁଲ୍ୟା କୋଶୀ ବୈତରଣୀ

 ବୋଉ ଶୁଣୁଥାଏ ଅପଲକ ନେତ୍ରେ
ପାଖରେ ବସି ଆମେ ପାଞ୍ଚ ଭାଇ ଭଉଣୀ
 ପିଇ ଯାଉଥାଉ ଆକଣ୍ଠ ମାତ୍ରେ ମାତ୍ରେ

 ଝିଅ ଜନମ ପରା ପର ଘରକୁ
ଗଣ୍ଠି କରିଥା କାମରେ ଆସିବ ବେଳ ଅବେଳକୁ
 ଚେତନାରେ ବୋହିଯିବୁ ଗଡିଯିବୁ
ଗ୍ରହଣ କରିନେବୁ ମୌନେ ମାନିନେବୁ
 ମନଇଚ୍ଛା ପ୍ଳାବିବୁ ବନ୍ୟା ଆଣିବୁ
ସମସ୍ୟା ଆବର୍ଜନା ସବୁ ଦୂରକୁ ଫିଙ୍ଗିଦେବୁ
ନ ବୋହିଲେ ନ ଗଡିଲେ
 ନ ବାହିଲେ ନ ପ୍ଳାବିଲେ
କୋଇ ହେଇ ହୁଏ ଝିଅ ଯେ ?

 ପବନ ପରି ହେବୁ ଲୋ ଝିଅ
ମୃଦୁ ମଳୟ ପ୍ରଭଞ୍ଜନ ପରି ବୋହିବୁ
ଜୀବନ ଦାତା ସମୀର ସମୀରଣ ପରି ହେବୁ

ମରଣ ପରା ସବୁରି କପାଳର ଲେଖା
ବାତ୍ୟା ବତାସ ଆଣିବା ଜରୁରୀ ନୁହଁ
ଅଣଚାଷ ତୋଫାନ ହେବା ଆବଶ୍ୟକ ନୁହଁ
 ବର୍ଷଣ ମୁଖର ଶ୍ରାବଣ ହେବୁ

 କାମରେ ବର୍ଷିବୁ ଘନ ଘନ
 କଥାରେ ବର୍ଷିବୁ ଚନ୍ଦନ ବନ
କାରଣ ବର୍ଷା ପରା ସଞ୍ଜବନୀ
ବିଞ୍ଚି ଦିଏ ସବୁଜିମା ଅରଣ୍ୟାନୀ
ଏଠାରେ ତ ସମସ୍ୟାର ମରୁ ସାହାରା
କେବେ କେଉଁଠି ସାଭାନ୍ନାର କାରଣ ହେବୁ

 ଝିଅ ଲୋ ଖୁବ୍ ହସିବୁ
 ଗାଇବୁ ହସେଇବୁ
ବେଦମ୍ କରିଦେବୁ
 ବିନା କାରଣରେ ହସି ପକେଇବୁ
ବିନା ବାରଣରେ ମୁରୁକି ଦେବୁ
 ଦାନ୍ତ ଚିପି ଚିପି ମୁଖ ମୟୁଖରେ କହିଦେବୁ

 ଯେମିତି ଫୁଲ ଖୋଜେନି କାରଣ
ଯେମିତି ଫଳ ଖୋଜେନି ବାରଣ
 ସଫା ପାଣି କି ମଇଳା ନିର୍ଦ୍ଦମା ପାଣି ହେଉ
 ଫୁଲ ର କାମ ହେଲା ଫୁଟିବ
 ହସିବ ଧରା ଧରଣୀ ଧରିତ୍ରୀ
 ମହକିଯିବ ଫଗୁଣେଇଯିବ

 ଲୁହ ତ ମାଳା ପରି ଗୁନ୍ଥା କୋହ
 ନାରୀ ଜାତିର ଗଳାହାର
 ପାରିବୁ ତ ପିଇଯିବୁ ଢ଼ୋକେ ଦି ଢ଼ୋକ
 ଜୀବନ କକ୍ଷରେ ସଂସ୍କାର


Rate this content
Log in

Similar oriya poem from Inspirational