ନମାମୀ ସଲାମୀ
ନମାମୀ ସଲାମୀ
କବିତା - ନମାମୀ ସଲାମୀ
ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୨-୨୦୨୬
++++++++++++++++
ରାତିର ଚାଦର ଘୋଡେଇ ହେଲେ
ନିର୍ଜନତା ଧିରେ ମୁରୁକି ହସେ
ତୁମ ସ୍କୃତି-ତାତି ଜହ୍ନରାତି ହୋଇ
ଛାତି ଗଗନରେ
ଦ୍ୱିତୀୟା ତିଥିରେ ଉଇଁ ଆସେ
କଳା ବଉଦ କୋଳ ମୁକୁଳି କୁରୁଳି ବାସେ
ବଙ୍କା ଦାଆ ପରି ବାଙ୍କ ଚାହାଁଣୀରେ ପ୍ରେମ ବରଷେ
ଗୋଟି ଗୋଟି ତାରା ଆମ ପ୍ରେମର ପ୍ରତୀକ
ଜ୍ୱଳନ୍ତ ନିଦର୍ଶନ ଆମ ପ୍ରୀତିର ମହକ
ତୁମ ନାମ ଭାବିଦେଲେ ଥରେ
ଏ ପାଗଳ ପ୍ରେମୀକ
ରାଣ ନିୟମ ପକେଇ
ଗଣ୍ଠି ପକାଏ
ପ୍ରେମର ସ୍ତବକ
ଗାଇ ଗାଇ ରାତି ପୁହେଇ ଦିଏ
ନିଦ ବି ଫେରାର୍ ଏଠି ସନ୍ଦିହାନ ଏସନ
ଦେଖୁଥାଏ ପ୍ରେମର ଆର୍ତ୍ତନାଦ ରାତି ନିର୍ଜନ
ରାତ୍ରୀଚରଙ୍କ ଦେଣ୍ଟାଳ ସହିତ ଜଡିତ କିର୍ତ୍ତନ
ଭଜନ ଭୋଜନ ସହିତ କିମ୍ଭୁତକିମ୍ବାକାର ନର୍ତ୍ତନ
ସ୍ବପ୍ନ ବି ପଳାୟନଗାମୀ ସ୍ପର୍ଶିକାତର ଉନ୍ମାଦ
ଅସରନ୍ତି ଶର୍ବରୀର ଭୃକୁଟି ଛୁଇଁ ମୃଦୁ ନିନାଦ
ବିରହ ବେଦନାର ବୃଶ୍ଟିକ ଦଂଶନ ପ୍ରମାଦ
ଶତ ପ୍ରତିଶତ ସିତ୍କାର ଶୃଙ୍ଗାର ଝଙ୍କାର ବିବାଦ
ରାତ୍ରୀର ଅନ୍ଧାରୀ ମୂଳକରେ ପୁଲକ
ବେଳେ ବେଳେ ସାଜେ ରଙ୍ଗୀନ ରଙ୍ଗମଞ୍ଚ
ଆମ ଅମୃତ ମହୋତ୍ସବର ରଙ୍ଗଭୂମୀ
ଅମର ପ୍ରେମ କାହାଣୀର ବଳିଷ୍ଠ ପୃଷ୍ଠଭୂମି
ପ୍ରତି ନିଃଶ୍ୱାସ ପ୍ରଶ୍ଵାସରେ ଲେଖା
ପ୍ରେମ ଉତ୍ସବର ରଙ୍ଗ ରୋଷଣୀ ସଲାମୀ
ଜୁଳୁଜୁଳିଆ ପୋକ ପରି ଜାଜ୍ୱଲ୍ୟମାନ ନମାମୀ
