ମିତା ପାଇଁ କବିତା
ମିତା ପାଇଁ କବିତା
ତୁମେ ଭାବୁଥିଲ ବୋଲି ତ
ତୁମ ହୃଦୟର ସ୍ପନ୍ଦନକୁ ମୁଁ ଶୁଣି ପାରିଥିଲି,
ତୁମେ ଚାତକ ପରି ଅନେଇ ବସିଥିଲ ବୋଲି ତ
ଜହ୍ନ ରାଇଜରୁ ଡ଼ାକି ଆଣିଲି ।
ତାରାଙ୍କ ମେଳରେ ରୁନ୍ଧି ହେଇ ପଡ଼ିଥିଲ ବୋଲି ତ
ସେମାନଙ୍କୁ ଅମାବାସ୍ୟାର ଅନ୍ଧକାରକୁ ଠେଲି
ପୁର୍ଣିମାର ଆଲୋକ ଦେବାକୁ ତୋଳି ଆଣିଲି ତୁମକୁ ।
ତୁମେ ଗୁମସୁମ ହେଇ ବସିଥୁଲ ବୋଲି ତ
ବୁଲବୁଲ ବର୍ଷାର ପହିଲି ବୁନ୍ଦାକୁ
ପଠେଇ ଦେଇଥିଲି ତୁମରି ସ୍ପର୍ଶ ପାଇଁ,
ତୁମେ ହସୁ ନ ଥିଲ ବୋଲି ତ
ଶୀତଳ ପବନକୁ ପଠେଇ ଡ଼ାକି ଆଣିଥିଲି
ପିଆଲି ଫଗୁଣର ବାସ୍ନାକୁ ଖାସ ତୁମରି ପାଇଁ,
ତୁମେ କହିଲ ବୋଲି ତ
ତୁମ ହୃଦୟରେ ଜାଗାଟିଏ ତିଆରି କରିଦେଲି
ବାଇ ଚଢେଇ ପରି ବସାଟିଏ ବାନ୍ଧିବି ବୋଲି,
ତୁମେ କହିଲ ବୋଲି ତ
କବିତା ଟେ ଲେଖିଲି ଖାସ୍ ତୁମରି ପାଇଁ ।