STORYMIRROR

Rabindra Kumar Biswal

Others

3  

Rabindra Kumar Biswal

Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
380

ବେଳ ଅବେଳରେ ତୁମ କଥା ଭାବି ଦେଲେ

ଆବୋରି ଆସେ ବିତିଯାଇଥିବା ଜୀବନର ଅପାସୋରା ସମୟ ତକ

ସ୍ନେହ ବୋଳା ହସ ଟିକକ ମନେପଡିଗଲେ

ବିତିଯାଏ ମେଞ୍ଚା ମେଞ୍ଚା ହେଇ ବଳକା ସମୟ ତକ ,

ମହୁଲ ଫୁଲର ବାସ୍ନାରେ ସତେଜ କରିଦିଅ

ମୋ ମଉଳି ଯାଇଥିବା ମନର ମହକର ଶୁନ୍ୟତାକୁ,

ବେଳ ଅବେଳରେ ବାଟ ହୁଡ଼ିଯାଏ ସନ୍ଧ୍ୟାର ସେଇ ଗୋଧୂଳି ବାସ୍ନାର ପୁତିମୟ ଗନ୍ଧରେ

ଅବାଟରେ ପଶି ସତ୍ତାକୁ ହରେଇ ବସେ

ତୁମ ସ୍ମୃତିର ଅନ୍ଧକାର ସତ୍ତ୍ୱହୀନ ବନସ୍ତରେ,

ଆଖିରେ ଆଖିଏ ଅକୁହାକଥା ଓ ବ୍ୟଥାକୁ ନେଇ ଖୋଜିବୁଲେ

ନିରବ କମ୍ପନର ଧୂଳିଝଡ଼କୁ ନେଇ ଏକୋଣରୁ ସେକୋଣ ପର୍ଯ୍ୟନ୍ତ,

ତଥାପି ମିଳେନା ମୋ ପ୍ରଶ୍ନର ଉତ୍ତର,

ତଥାପି ଖୋଜିବୁଲେ ଜହ୍ନରାତିର ନିରୋଳା ମୁହୂର୍ତ୍ତରେ

ତୁମ ସ୍ମୃତିର ଆଖିଠାରକୁ ବୁଝିବା ପାଇଁ,

ମେଞ୍ଚା ମେଞ୍ଚା ହେଇ ପ୍ରଶ୍ନ ସବୁ ଉଙ୍କିମାରୁଥାଏ

ବେଳ ଅବେଳରେ କାହିଁକି କେଜାଣି ସମୟକୁ ନଷ୍ଟ କରୁଛି ବୋଲି

ତଥାପି ଟାଣି ହେଇଯାଏ ମନଟା

ବିନାକାରଣରେ,ବିନା ଦ୍ବିଧାରେ ଶୁଣିବାପାଇଁ

ତୁମେ ଛାଡିଯାଇଥିବା ଫଗୁଣର ସେଇ ମୂର୍ଚ୍ଛନାର

ରୋମାଞ୍ଚକର ଅନୁଭବଟିକକ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍