STORYMIRROR

Rabindra Kumar Biswal

Others

3  

Rabindra Kumar Biswal

Others

ଶେଷ ଅଂଶ

ଶେଷ ଅଂଶ

1 min
228

ଏଇ ଅନ୍ତରଙ୍ଗ ଦେହରେ

ଅସ୍ଥିର ନିଆଁର ଖେଳ

ଥମିଗଲା ପରି ମନେହୁଏ

ଏତେ ଭାରିପଣ

ଏତେ ମାମୁଲି ଜୀବନ

ଯାହାର ଅବଶିଷ୍ଟ ଆକାଶ

ସୁଦୂର ସ୍ୱପ୍ନ ଦେଖୁ-ଦେଖୁ ଜଳି ଉଠିଛି ଆଖି

ବାହାରି ଆସୁଛି ଗୋଟିଏ ପରେ ଗୋଟିଏ ହାଇ ।

ରାତିକୁ କ୍ଷମା ମାଗୁଛି ଦିନର ସକାଳ

ଯାହାର ପ୍ରତୀକ୍ଷାରେ ରହେ ସାରାଦିନ

ଦିପହର ଆଉ ଅବଶିଷ୍ଟ ସମୟ ।

ଶତକଡ଼ା ନବେ ଭାଗ ଜଳି ସାରିଥିବା

ମହମବତୀର ଏକ ଶିରାଟିଏ ମୁଁ

ସିଗାରେଟର ଶେଷ ଅଂଶଟିଏ ବି ମୁଁ

କିଛି ଶାନ୍ତ, ସୁନ୍ଦର ଇଚ୍ଛାଙ୍କର

ଏକ ଅମୃତମୟ ମୁହୂର୍ତ୍ତ ହିଁ ଦେଇଦିଅ

ବାସ, ଜଳିଯାଏ

ଜଳି-ଜଳି ଜଳିଯିବି ।


Rate this content
Log in