STORYMIRROR

Rabindra Kumar Biswal

Classics

3  

Rabindra Kumar Biswal

Classics

ଅବୁଝା କବିତା

ଅବୁଝା କବିତା

1 min
1.2K

ଏବେ ଏଇଠି କୋଉଠି ଥିଲା ଥିଲା ପରି ଲାଗ ଠିକ୍ ସେଦିନ ପରି,

ସତେ ଯେମିତି ମଳୟ ପବନର ହାଲକା ହାଲକା

ମନ ମତାଣିଆ ବାସ୍ନା,

ଶୟନେ ସପନେ ଜାଗରଣେ ଖାଲି ତୁମେ ତୁମେ

ସତେ ଯେମିତି ମୋ ଖୁବ୍ ନିକଟରେ,

ଏବେ କିଛିଦିନ ହେଲା ଅନୁଭବ କଲିଣି

 ହଜି ହଜି ଗଲାଣି ମେ! ପାଣ୍ଡିତ୍ୟ ପଣିଆ,

ଏବେ କିଛିଦିନ ହେଲା ଘରେ ବାହାରେ

ସଭିଏଁ ଟୁପୁର ଟାପର ହେଇ ହେଲେଣି

ସତେ ଯେମିତି ମୁଁ ଗୋଟେ ବ୍ୟର୍ଥ ପ୍ରେମିକ,

ତଥାପି ଖୋଜି ଚାଲିଥିବି ତୁମକୁ

ମନେ ମନେ ହେଉ ଅଥବା

ମିଛି ମିଛିକା ର ବାହନା କରି,

ବେଳ ଅବେଳରେ ଖାତା କଲମ ଧରି

ଲେଖୁଥିବି କିଛି କିଛି ଅବୁଝା କବିତା,

କଳ୍ପନା ରେ ତିଆରି କରିଥିବା

ସେହି ଅଭୁଲା ସ୍ମୃତିକୁ,ସାଇତି ରଖିବା ପାଇଁ

ଲେଖ୍ ଚାଲିଥିବି କାଳିଦାସଙ୍କ ପରି ହେଉ

ଅଥବା ବ୍ୟର୍ଥ ପ୍ରେମୀକ କବିଟିଏ ପରି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics