STORYMIRROR

Rabindra Kumar Biswal

Abstract

3  

Rabindra Kumar Biswal

Abstract

ଚାହାଣି

ଚାହାଣି

1 min
356

ତୁମର ନୀରବ ଚାହାଣିରୁ

ତୁମ ମନର ଆତୁରତା ଓ

ବ୍ୟସ୍ତତା ଭିତରେ ମୁହଁ ଉପରେ ଝରିପଡୁଥିବା

ବୁନ୍ଦା ବୁନ୍ଦା ଝାଳ ଏବଂ ଝାଳରେ

ଭିଜିଯାଇଥିବା ଝାଳୁଆ ମୁହଁର

ଆହତ ମନଟିକୁ ଦେଖି ପାରୁଥିଲି,

ଜାଣତ କି ଅଜାଣତରେ ହେଉ

ଅତି ଆପଣାର ମନର ମଣିଷଟିର

ଭାଙ୍ଗି ଯାଇଥିବା କ୍ଷତ ବିକ୍ଷତ ହୃଦୟଟିକୁ

ସ୍ନେହ ସରାଗରେ ଯୋଡ଼ି ଦେବାପାଇଁ

ମୁଁ ବ୍ୟସ୍ତ ହୋଇ ପଡ଼ୁଥିଲି

କିଛି ସମୟ ପାଇଁ ହେଉ ପଛେ

ଆପଣାର କରି କୋଳେଇ ନେଇ

ମୋ ମନର ଅବୁଝା ଆବେଗକୁ

ତୁମପାଖେ ଢାଳି ଦେବାପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract