ଚରିତ୍ର
ଚରିତ୍ର
ଏବେ ଅନୁଭବ କରୁଛି ଦିନ ଆଉ ରାତି ମଧ୍ୟରେ ନିତ୍ୟ ଦେଖୁଥିବା ଚରିତ୍ରରେ କେତେ ପାର୍ଥକ୍ୟ ଅଛି ଦିନସାରା ଅଫିସରେ ସହକର୍ମୀ ସାଙ୍ଗସାଥି ଘରକୁ ଫେରିଲା ପରେ ରାତିରେ ଏକୁଟିଆ ।ଚହଟ ଚିକଣ ମିଛ କଥା ଗୁଡାକ ତୁମ ପାଶେ ରଖିଥାଅ ବରଂ ତିକ୍ତ ଅନୁଭୁତିର ବିଷାକ୍ତ କଥା ଗୁଡାକ ଉଦଗୀରଣ କରିଚାଲ ଦୀପ ଶିଖା ପାଖରେ ସଭିଏଁ ଜଳୁଛନ୍ତି ତୁମେ ବି ଜଳ ଦେଖନ୍ତୁ ସମସ୍ତେ ଅନ୍ଧକାରର କେବେ ଇତିହାସ ହୁଏ ନାହିଁ । ଆକସ୍ମିକ ଭାବର କିଛି ସମୟକୁ ହିଁ ତୁମେ ଜୀବନ ଭାବିନେଲରାତି ରାତି ଅନିଦ୍ରା ରହି ଶେଷରେ ଖଟର ଶେଜ ତକିଆ ଆଉ ମୁଣ୍ଡ ଉପରେ ଘୁରୁଥିବା ପଙ୍ଖାକୁ ସାକ୍ଷୀ ରଖିଲ ।କେମିତି ବିତୁଛି ସମୟ କେମିତି କଟୁଛି ରାତି ସେଇ ଅନ୍ତରଙ୍ଗ ତକିଆଟି ସହ, ଯିଏ ରାତି ରାତି ଅନିଦ୍ରାର ମୁକ ସାକ୍ଷୀ ଆଉ ସ୍ୱପ୍ନଭିଜା ଓଠ ଏବଂ ଥପ ଥପ ଲୁହରେ ଭିଜି ଓଦାରେ ଭିଜୁଥିବା ମଣିଷଟିର ଲୁହକୁ ବିନା ପ୍ରତିବାଦରେ ପିଇଯାଉଛି ।