STORYMIRROR

Rabindra Kumar Biswal

Classics

2  

Rabindra Kumar Biswal

Classics

ଚରିତ୍ର

ଚରିତ୍ର

1 min
95

ଏବେ ଅନୁଭବ କରୁଛି ଦିନ ଆଉ ରାତି ମଧ୍ୟରେ ନିତ୍ୟ ଦେଖୁଥିବା ଚରିତ୍ରରେ କେତେ ପାର୍ଥକ୍ୟ ଅଛି ଦିନସାରା ଅଫିସରେ ସହକର୍ମୀ ସାଙ୍ଗସାଥି ଘରକୁ ଫେରିଲା ପରେ ରାତିରେ ଏକୁଟିଆ ।ଚହଟ ଚିକଣ ମିଛ କଥା ଗୁଡାକ ତୁମ ପାଶେ ରଖିଥାଅ ବରଂ ତିକ୍ତ ଅନୁଭୁତିର ବିଷାକ୍ତ କଥା ଗୁଡାକ ଉଦଗୀରଣ କରିଚାଲ ଦୀପ ଶିଖା ପାଖରେ ସଭିଏଁ ଜଳୁଛନ୍ତି ତୁମେ ବି ଜଳ ଦେଖନ୍ତୁ ସମସ୍ତେ ଅନ୍ଧକାରର କେବେ ଇତିହାସ ହୁଏ ନାହିଁ । ଆକସ୍ମିକ ଭାବର କିଛି ସମୟକୁ ହିଁ ତୁମେ ଜୀବନ ଭାବିନେଲରାତି ରାତି ଅନିଦ୍ରା ରହି ଶେଷରେ ଖଟର ଶେଜ ତକିଆ ଆଉ ମୁଣ୍ଡ ଉପରେ ଘୁରୁଥିବା ପଙ୍ଖାକୁ ସାକ୍ଷୀ ରଖିଲ ।କେମିତି ବିତୁଛି ସମୟ କେମିତି କଟୁଛି ରାତି ସେଇ ଅନ୍ତରଙ୍ଗ ତକିଆଟି ସହ, ଯିଏ ରାତି ରାତି ଅନିଦ୍ରାର ମୁକ ସାକ୍ଷୀ ଆଉ ସ୍ୱପ୍ନଭିଜା ଓଠ ଏବଂ ଥପ ଥପ ଲୁହରେ ଭିଜି ଓଦାରେ ଭିଜୁଥିବା ମଣିଷଟିର ଲୁହକୁ ବିନା ପ୍ରତିବାଦରେ ପିଇଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics