STORYMIRROR

Rabindra Kumar Biswal

Romance

3  

Rabindra Kumar Biswal

Romance

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
419

ତୁମେ ଯଦି ଟିକେ ଇଙ୍ଗିତ କରିବ

ଚନ୍ଦ୍ର ସୂର୍ଯ୍ୟ ଓ ଇନ୍ଦ୍ରକୁ ଖାତିର ନକରି

ତୁମକୁ ନେଇ ମୁଁ ସ୍ଵର୍ଗରେ ପହଞ୍ଚଇଦେବି


ଏଠି ଯଦି ତୁମେ ତୁମର ମୁକ୍ତ କେଶରାଶିକୁ

ବିଛାଡ଼ିଲା ପରି ମେଲିଦେବ, ଏଇ ଆଗନ୍ତୁକର ସମ୍ମୁଖରେ

ମୁଁ ଆକାଶର ଶୂନ୍ୟ ଫର୍ଦ୍ଦ ଖୋଲି

କବିତାର ଅକ୍ଷର ଗୁଡ଼ିକୁ ସଜାଡ଼ି ଦେବି

ତୁମର ଉଦେଶ୍ୟରେ


କେବେ ଯଦି ତୁମ ପଳାଶ ଓଠରେ

ବସନ୍ତର ମଧୁ ଚୁମ୍ବନଟିଏ ଦେବ

ମୁଁ ଦିଗବଳୟ ପରି ପରିବ୍ୟାପ୍ତ ହୋଇ ଭକ୍ତ ହୋଇଯିବି

ତୁମର ଭବିଷ୍ୟତ ସମ୍ମୁଖରେ


କେବେ ଯଦି ତୁମେ ଅନୁକମ୍ପା ପାଇଁ

ପ୍ରତୀକ୍ଷା କରି ରହିଁ ବସିବ

ତୁମପାଇଁ ସ୍ପନ୍ଦନର ଗାଥାଗାଇ, ରୋଷଣୀ ବଜାଇ

ଆଲିଙ୍ଗନ କରି

ଜନ୍ମ ଜନ୍ମାନ୍ତର ପାଇଁ ପ୍ରତିଶ୍ରୁତି ଦେଇ, କୋଳେଇ ନେବି

ବନ୍ଧୁତ୍ବର ପରିଭାଷାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance