ଉଷ୍ଣତା
ଉଷ୍ଣତା
ମୁଁ ଗୋଟେ କୁହୁଡି ଘେରା ନିରୀହ ଶୀତରାତି
ଉଷ୍ଣତା ଦେବା ବାହାନାରେ କେତେ ଜଲ୍ଲାଦ
କେତେଥର ମାରିଛି ପ୍ରତାରଣାର କାତି ।
ତୁ ଦେଖ ମୋ ଭିତରେ କେମିତି ମତେ ଟିକ୍ଟି କରି ଖାଉଛି
ତୋତେ ହରେଇ ଦେବାର ଗୋପନୀୟ ଭୀତି ।
ଏବେ ମୁଁ ବସିଛି ମୋ ଦୁଃଖର ପାହାଡ଼ ଉପରେ
ଆଖିର ଆଇନାରେ ଖାଲି ଶୂନ୍ୟତା ଖେଳିବୁଲେ ।
ମତେଖାଲି ଶୁଭିଯାଏ ମୋ ଜୀବନର କ୍ଲାନ୍ତ ଶାହାନାଇ
ଅବଶିଷ୍ଟ ଜୀବନକୁ ବଞ୍ଚିବାକୁ ତୋ ଛଡା ମୋର ଆଉ କିଛି ରାହା ନାହିଁ ।
ଯଦି ତୁ କହିବୁ..
ଆଉ କିଛି କହିବିନି କବିତା ଆଳରେ. .
ଯେତେ ଅଭିମାନ ଯେତେ ଅସହାୟତାକୁ ବଖାଣି ବିନି ଗପର ସାହାରାରେ I
ଯେତେ ଯେତେ ତୋର ମୋର ଗୋପନୀୟ ଭାବ
ସାଇତି ରଖିଦେବି ମୋହୃଦୟର ନିବୁଜ କୋଣରେ ।
ଆଉ ଖୋଜିବିନି ତୋ ଛାତିର ଉଷ୍ଣତା ମୋ ଆୟୁଷର ଶେଷ ସୀମାଯାଏ ।