ନିଶବ୍ଦ
ନିଶବ୍ଦ
ଲୋଡ଼ା ନାହିଁ ବି ତୁମ ପ୍ରେମ କି ଶ୍ରଦ୍ଧାପଣ
ନିସର୍ତ୍ତ ରେ ମୁଁ ଫେରେଇ ଦେଲି
ତୁମ ଅତର ଭିଜା ଗୋଲାପି ଚିଠି
ଭୁଲି ଗଲି ବାଟବଣା ଦିନ, ଆଉ
ହଜେଇ ଦେଲି ମୁଁ ସେଇ ନିଝୁମ ରାତି ର ସ୍ମୃତି
ଏବେ ଦିଅ ମେଲାଣି
ମୁଁ ଶୋଇ ଯାଏ ନିଶ୍ଚିନ୍ତ ରେ
ଦୁଃଖ ର ଚାଦର ଘୋଡି ହୋଇ
ଯାଉ ଯେତେ ବେଦନାର ଭରା ନଈ
କୂଳ ଲଙ୍ଘି ଉଛୁଳି ଉଛୁଳି l
ଏମିତି ବି କୋଉ ଦୁଃଖ ବାକି ଅଛି କି ଆଉ
ତେଣୁ ମୁଁ ଏବେ ବେଫିକର
ବେହିସାବ ବି ରହିଥାଉ ଜୀବନ ର ବାକିଖାତା
ଦୁଃଖ ର ଅବା ସୁଖ ର
ଦୁଃଖ ତ ମୋର ଅତି ଆପଣାର
ନିଶବ୍ଦ ଅନ୍ତରଙ୍ଗ ଅବୁଝା ଆଳାପ
ଏବେ ଭାବେ
ଟିକେ କଥା.. ଟିକେ ହସ
ଟିକେ ସ୍ନେହ ତୁମର
କାହିଁକି କେଜାଣି ସେତେବେଳେ
ମୁଁ ଏତେ ବେଶି ଲୋଡୁଥାଏ l